🔥 TRENDING MP Police Constable Driver Recruitment... Khilchipur FaloDi Super Market Suffers... MLA Ravindra Singh Bhati Angers Admini... दिल्ली में दो ट्रेनों का टकराव Fire Breaks Out on Mumbai Set of Antic... Bollywood couple Kiara Advani and Sidd...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ରାଜ୍ୟରେ ବଦଳିବ ପାଗ, ମେଘୁଆ ପାଗ ସହ ଝଡ଼ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

✍️ Reporter: Deepak Mahapatra 🗓 07 Oct 2026, 12:56 PM 👁 27
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠାରୁ ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅକ୍ଟୋବର ୭ରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ହେବାର ଆକଳନ କରାଯାଇଛି। ଏକ ଟ୍ରଫ୍ ଲାଇନ୍ (Trough line) ପ୍ରଭାବରେ ଏହି ପାଗ ପରିବର୍ତ୍ତନ ହେଉଛି, ଯାହା ଫଳରେ ମେଘୁଆ ପାଗ ସହ ଝଡ଼ବର୍ଷା ହେବ। ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ବଜ୍ରପାତ ଓ ଘଡ଼ଘଡ଼ି ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜିଠୁ ୯ ତାରିଖ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି କାଲି ଦୁଇ ଦିନ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଅଛି। ତେଣୁ ଏହି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର ଅପରାହ୍ନ ପରଠୁ ପାଗ ଶୁଖିଲା ରହିବ। ଏହା ପରେ ପୁଣି ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଅକ୍ଟୋବର ୧୪ ଓ ୧୫ ତାରିଖରେ ଇଷ୍ଟର୍ଲୀ ୱେଭ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି। ମୌସୁମୀ ଫେରିବା ପୂର୍ବରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିପାରେ।

ଅନ୍ୟପଟେ ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ସିଷ୍ଟମ ଗଠନ ନେଇ ମଧ୍ୟ ଆକଳନ ହେଉଛି। ତେବେ ଏହି ସିଷ୍ଟମ କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ କି ନାହିଁ , ତାହା ଆଗାମୀ କିଛି ଦିନ ପରେ ହିଁ ସ୍ପଷ୍ଟ ହେବ।
📲Get App