🔥 ट्रेंडिंग Bidar news 30 वर्षीय कमलेश का तालाब में डूबकर निध... अभिषेक बच्चन ने कहा, शाहरुख़ खान ने अप... સુરતમાં નવરાત્રી દરમિયાન કાયદો-વ્યવસ્થ... सरकार ने बैंकों से माइक्रो उद्यमों के... सिकिम में ज़ाबरवान लेजेंड्स सीरीज 2.0...
07 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳାରେ ମୋଦିଙ୍କ ୨୫ ବର୍ଷର ସେବାକୁ ସମ୍ମାନ; ବାଲିରେ ସ୍ୱତନ୍ତ୍ର କଳାକୃତି

✍️ रिपोर्टर: Deepak Mahapatra 🗓 07 अक्टू. 2026, 12:54 PM 👁 20
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପୁରୀ: ଦେଶର ବିକାଶ ଯାତ୍ରା ଓ ଜନସେବାରେ ୨୫ ବର୍ଷ ପୂରଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ପଦ୍ମଶ୍ରୀ ବିଜେତା ତଥା ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିର ସୁନାବାଲିରେ ସେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ବାଲୁକା କଳା। ଏହି କଳାକୃତି ଏବେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ସୁଦର୍ଶନଙ୍କ ଏହି ବାଲୁକା କଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘ ୨୫ ବର୍ଷର ଜନସେବା ଯାତ୍ରାକୁ ପ୍ରତିଫଳିତ କରାଯାଇଛି। ଗୁଜରାଟରେ ତାଙ୍କ ରାଜନୈତିକ ଯାତ୍ରାଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପର୍ଯ୍ୟନ୍ତର ଯାତ୍ରାକୁ କଳା ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଶିଳ୍ପୀ। ଏଥିସହ ‘ବିକଶିତ ଭାରତ’ ବା ‘Viksit Bharat’ ଗଠନର ମୋଦିଙ୍କ ଦୃଷ୍ଟିକୋଣକୁ ମଧ୍ୟ ବାଲୁକା କଳାରେ ସ୍ଥାନ ଦିଆଯାଇଛି।

ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ୨୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି ଜନସେବା ଓ ରାଷ୍ଟ୍ର ନିର୍ମାଣ ପାଇଁ ସମର୍ପିତ ଭାବେ କାମ କରିଆସୁଛନ୍ତି। ଗୁଜରାଟରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଆଜି ଦେଶକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବାର ସଂକଳ୍ପରେ ଆଗକୁ ବଢ଼ୁଛି।

ଜାତୀୟ ଓ ଅନ୍ତର୍ଜାତୀୟ ଘଟଣା, ସାମାଜିକ ସଚେତନତା ଓ ଦେଶପ୍ରେମର ବାର୍ତ୍ତାକୁ ନିଜ ବାଲୁକା କଳା ମାଧ୍ୟମରେ ପ୍ରକାଶ କରିବାରେ ସୁଦର୍ଶନଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ଏଥର ମଧ୍ୟ ପୁରୀ ବେଳାଭୂମିରେ ତାଙ୍କ କଳାକୃତି ଏକ ବିଶେଷ ବାର୍ତ୍ତା ଦେଇଛି।
📲Get App