🔥 TRENDING 30 वर्षीय कमलेश का तालाब में डूबकर निध... Abhishek Bachchan Credits Shah Rukh Kh... સુરતમાં નવરાત્રી દરમિયાન કાયદો-વ્યવસ્થ... Government urges banks to boost digita... Zabarvan Legends Series 2.0 Set to Kic... Sikkim Partners with Google to Integra...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ପେସାଦାର ଅପରାଧୀ ‘ସାଲୁ’ ଘରେ ବୁଲିଲା ବୁଲଡୋଜର

✍️ Reporter: Deepak Mahapatra 🗓 07 Oct 2026, 12:44 PM 👁 26
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରର ପେସାଦାର ଅପରାଧୀ ‘ସାଲୁ’ ଓରଫ ଦେବାଶିଷ ନାୟକ ଘରେ ବୁଲିଲା ବୁଲଡୋଜର। ଶୈଳଶ୍ରୀ ବିହାରର ଏଫଆର କଲୋନୀରେ ଥିବା ତା’ର ଘରକୁ ବିଏମ୍‌ସି ସହିତ ମିଶି ଉଚ୍ଛେଦ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସାଲୁ ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଥିବା ବେଳେ କମିଶନରେଟ୍ ପୁଲିସ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ। ତା’ ନାଁରେ ୧୦ ରୁ ଅଧିକ ହଣାକଟା ମାମଲା ରହିଥିବା ବେଳେ ଅପରାଧୀଙ୍କ ପ୍ରତି କମିଶନରେଟ୍ ପୁଲିସର ଜିରୋ ଟଲରେନ୍ସ ନୀତି ଅନୁସାରେ ନିଆଯାଇଛି ଏହି ପଦକ୍ଷେପ।
ସୂଚନାଯୋଗ୍ୟ, କିଛି ଦିନ ତଳେ ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନକୁସୁମୀ ଗାଁରେ ସରକାରୀ ଜମିରେ ଥିବା କୁଖ୍ୟାତ ଡକାୟତ ଟୁନା ହରିଜନଙ୍କ ଘରେ ଚାଲିଥିଲା ବୁଲଡୋଜର । ଟୁନାଙ୍କ ଘର ଓ ଷ୍ଟଲକୁ ଭାଙ୍ଗି ଦେଇଥିଲା ସେଠାକାର ପ୍ରଶାସନ । ୩ ଦିନିଆ ନୋଟିସ୍ ଜାରି କରାଯାଇ ତା’ ଘର ଉଚ୍ଛେଦ କରାଯାଇଥିଲା। ଟୁନା ହରିଜନ ବର୍ତ୍ତମାନ ଜେଲରେ ଥିବା ସୂଚନା ମିଳିଛି । ତାଙ୍କ ନାଁରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହିତ କଳାହାଣ୍ଡି ଏବଂ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଡକାୟତି ଓ ଚୋରି ସମେତ ୪୦ରୁ ଅଧିକ ମାମଲା ରହିଛି । ନିକଟ ଅତୀତରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୁଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ସେ ଗୁଳି ଚଳାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଏହାପରେ ଛତିଶଗଡ଼ର ଜଗଦଲପୁରରେ କୋରାପୁଟ ପୁଲିସ ତାଙ୍କୁ ଗିରଫ କରିଥିଲା ।
📲Get App