🔥 ट्रेंडिंग एमपी पुलिस में कांस्टेबल चालक की भर्ती... खिलचीपुर के फलोदी सुपर बाजार में लगी आ... माइक बंद होने पर विधायक रविंद्र सिंह भ... दिल्ली में दो ट्रेनों का टकराव Fire Breaks Out on Mumbai Set of Antic... Bollywood couple Kiara Advani and Sidd...
07 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ଛାତ୍ର ସଂସଦ ନିର୍ବାଚନ : ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, କ୍ୟାମ୍ପସରେ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ

✍️ रिपोर्टर: Deepak Mahapatra 🗓 07 अक्टू. 2026, 01:01 PM 👁 22
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି (ବୁଧବାର) ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ବିଜ୍ଞପ୍ତି ଜାରି ହେବା କ୍ଷଣି କ୍ୟାମ୍ପସରେ ଲିଙ୍ଗଡୋ କମିସନଙ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ୯ ତାରିଖ ପୂର୍ବାହ୍‌ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। କିନ୍ତୁ ଯଦି କୌଣସି କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି ହୋଇଥିବ କର୍ତ୍ତୃପକ୍ଷ ଚାହିଁଲେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ।

ଅନ୍ୟପକ୍ଷରେ ନିର୍ବାଚନ ଘୋଷଣା ପରେ କ୍ୟାମ୍ପସରେ ଉତ୍ସାହ ବଢ଼ିଥିବା ବେଳେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କ ବାସଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ଯେଉଁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ହେବ, ସେଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ନିର୍ବାଚନ ସମ୍ପର୍କିତ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଗଣ୍ଡଗୋଳ ହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେବ କି ନାହିଁ, ସେନେଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି।
📲Get App