🔥 TRENDING વિજયનગરમાં રાજીનામાની માંગતી રેલી, તુષ... West Bengal Launches Rs 50,000 Study G... Bihar Gold Rates on 7 Oct 2026: 22 & 2... Bihar gang arrested for fabricating SC... CBI submits closure report in POCSO co... BJP leader Shital Angural says CBI pro...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

୪ ଦଫା ଦାବି ନେଇ ଅକ୍ଟୋବର ୮ରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଡାକରା ଦେଲା ଇଣ୍ଡି ମେଣ୍ଟ

✍️ Reporter: Deepak Mahapatra 🗓 07 Oct 2026, 01:02 PM 👁 30
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଛି। ଇଣ୍ଡି ମେଣ୍ଟ (INDIA Bloc) ପକ୍ଷରୁ ଆଗାମୀ ଅକ୍ଟୋବର ୮ ତାରିଖ ଗୁରୁବାର ଦିନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ପ୍ରତିନିଧିମାନେ ସୂଚନା ଦେଇଛନ୍ତି।
ବନ୍ଦ ସମୟରେ ରାଜ୍ୟରେ ରେଳ, ବସ୍ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ତେବେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହସ୍ପିଟାଲ, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟୋର ଭଳି ସମସ୍ତ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ଏହା ସହିତ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।
ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ, ଏହି ଆନ୍ଦୋଳନ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ, ବରଂ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏକ ବଡ଼ ଲଢ଼େଇ। ଓଡ଼ିଶାକୁ ଭଲପାଉଥିବା ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ଆଇନଜୀବୀ, ସାମାଜିକ ସଂଗଠନ ଏବଂ ଗଣତାନ୍ତ୍ରିକ ଶକ୍ତିମାନେ ଏହି ବନ୍ଦରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି। ବନ୍ଦ ସମ୍ପୂର୍ଣ୍ଣ ଅହିଂସାତ୍ମକ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମୁଖ୍ୟ ଦାବି
ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କୁ ବହିଷ୍କାର କରିବା।MMDR ଶୋଧିତ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା।ବନ୍ୟା ପୀଡ଼ିତମାନଙ୍କୁ ଯଥେଷ୍ଟ ଆର୍ଥିକ ସହାୟତା ଓ ଉପଯୁକ୍ତ ପୁନର୍ବାସ ଯାଇଗବା। ଠ୍ୟପୁସ୍ତକ ଅନିୟମିତତା ଏବଂ ଶିକ୍ଷା କ୍ଷେତ୍ରର ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି।
📲Get App