Crime
ଦାମୀ ଥାର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ୪୦ କେଜି ଗଞ୍ଜେଇ ସହ ଥାର ଗାଡ଼ି ଜବତ କରାଯାଇଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ସୁଦୁରକୁମ୍ପା ଗାଁର ମହେନ୍ଦ୍ର ବେହେରା ।
ଭଞ୍ଜନଗର ଅବକାରୀ ବିଭାଗ ପହଣ୍ଡା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଏକ ଥାର ଗାଡ଼ି ଆସୁଥିଲା । ଅବକାରୀ ଟିମ୍କୁ ଦେଖି ଗାଡ଼ିଟି ହଠାତ୍ ବୁଲାଇ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଅବକାରୀ ଟିମ୍ ପିଛା କରି ଗାଡ଼ିକୁ ଅଟକାଇ ତଲାଶି କରିଥିଲା ।
ତଲାଶି ବେଳେ ଥାର ଗାଡ଼ିରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇ ଓ ଥାର ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ବିବୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।