🔥 TRENDING ટ્રકનું અકસ્માત, બે વ્યક્તિઓને ઈજા HAL to launch Shakti engine production... IMPCC Odisha Holds Strategic Communica... Congress Protesters Burn CEC Gyanesh K... एसपी अभिनव धिमान ने नवादा में अपराध नि... प्रधानमंत्री नरेंद्र मोदी के 25 वर्ष स...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ଶିଶୁ ବିକାଶ ସମତି ଗୁଡ଼ାରୀ ତରଫରୁ ପୋଷଣ ମାସ ଦୁଇ ହଜାର ଛବିଶି ପାଳିତ
Local

ଶିଶୁ ବିକାଶ ସମତି ଗୁଡ଼ାରୀ ତରଫରୁ ପୋଷଣ ମାସ ଦୁଇ ହଜାର ଛବିଶି ପାଳିତ

✍️ Reporter: PRADIP KUMAR PANDA 🗓 06 Oct 2026, 11:04 PM 👁 14
Share: 💬 WhatsApp 📘 Facebook 𝕏 Post
ଅଦ୍ୟ ଛ ଦଶ ଛବିଶି ତାରିଖ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ମିଶନ ଶକ୍ତି ଭବନ ସଭା ଗୃହରେ ଚଳିତ ବର୍ଷ ନଵମ ରାଷ୍ଟ୍ରୀୟ ପୋଷଣ ମାସ ଦୁଇ ହଜାର ଛବିଶି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସତୀଶ କୁମାର ସାହୁ ଓ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ,ଗୋଷ୍ଠି ସଂଯୋଜିକା ଇତିଶ୍ରୀ ତ୍ରିପାଠୀ ଗୁଡ଼ାରୀ ଥାନା ଭାର ପ୍ରାପ୍ତ ଅଧିକାରୀ ବିଶ୍ବ ବନ୍ଦୀନି ଵାଗ୍ ଯଥାକ୍ରମେ ମୂଖ୍ଯ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଯୋଗ ଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଅନୀତା ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିବା ସହ ପୋଷଣ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ। ଏହାପରେ ଡାକ୍ତର ମାନବଜଗତ ପାଇଁ ପୋଷଣ ର ଗୁରୁତ୍ବ ଉପରେ ଉପସ୍ଥିତ ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଏବଂ କିଶୋରୀ ମାନଙ୍କୁ ବିଶଦ ଭାବେ ବୁଝାଇ ଥିଲେ। ଉପସ୍ଥିତ ଅଧିକାରୀ ମାନେ ପୋଷଣ ଯୁକ୍ତ ଖାଦ୍ୟ ର ନିୟମିତ ଆବଶ୍ୟକତା, ସନ୍ତୁଳିତ ଆହାର, ତେଲ ମସଲା କମାଇବା, ଗର୍ଭ ସଂଚାର ଠାରୁ ଏକ ହଜାର ଦିନର ଗୁରୁତ୍ୱ, ମା ଙ୍କ ନାମରେ ଗଛ ଟିଏ, ସୁସ୍ଥ ଖାଦ୍ୟ ସୁସ୍ଥ ଶରୀର ଆଦି ବିଷୟରେ ଆଲୋକପାତ କରିଥିଲେ। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରୁ ଆସିଥିବା କିଶୋର କିଶୋରୀ ମାନେ ଯୋଗ ଦେଇଥିଲେ। ତିନି ଅକ୍ଟୋବର ଛବିଶି ରେ ସ୍କୁଲ ଓ କଲେଜ ସ୍ତରରେ ଚିତ୍ରାଙ୍କନ, ଝୋଟି, ରଚନା ଲିଖନ ଓ ତର୍କ ପ୍ରତିଯୋଗିତା ସାଧାରଣ ଜ୍ଞାନ ପ୍ରତିଯୋଗିତା, ଏବଂ ନୃତ୍ଯ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇ ଥିଲା। ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଙ୍ଗନବାଡି କର୍ମୀମାନେ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଓ କିଶୋର କିଶୋରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଓ କିଶୋରୀ ଓ ଅଙ୍ଗନବାଡି କର୍ମୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ କରିଥିଲେ।ଏହାସହ କାର୍ଯ୍ୟକ୍ରମ ର ଆରମ୍ଭରେ ପୋଷଣ ଯୁକ୍ତ ଖାଦ୍ୟ କୁ ତ୍ବରାନିତ କରିବା ଅବସରରେ ଉପସ୍ଥିତ କିଛି ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କିଶୋରୀ ମାନେ ପୋଷଣ ଖାଦ୍ୟ ର ଗୁରୁତ୍ଵ ସମ୍ବଧୀୟ ନାରାବାଜି ଦେଇ *ସହି ପୋଷଣ ଦେଶର ରୋସନ୍* ର ଏକ ନାଟକୀୟ କାର୍ଯ୍ୟକ୍ରମ କରିଥିଲେ । ମିଶନ ଶକ୍ତି ବ୍ଲକ ସଂଯୋଜକ ସୁନୀଲ କୁମାର ମିଶ୍ର ସଭା ପରିଚାଳନା କରି ଥିଲେ l
📲Get App