Lifestyle
ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ସ୍ୱାମୀଙ୍କ ଶବ ଛୁଇଁଲେନି ପରିବାର
ଅନ୍ୟ ଜାତିରେ ବିବାହ କରିବାରୁ ସ୍ୱାମୀଙ୍କ ଶବ ଛୁଇଁଲେନି ପରିବାର ଓ ସଂପର୍କୀୟ । ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସ୍ୱାମୀ ମହାବୀର ବରିହାଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ । ମୃତ ମହାବୀର ବିଞ୍ଝାଲ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜାନକୀ ଲୁହା ହରିଜନ ସମ୍ପ୍ରଦାୟର । ଦୀର୍ଘ ୧୮ରୁ ୨୦ ବର୍ଷ ଧରି ଉଭୟ ପ୍ରେମ ବିବାହ କରି ବରିକେଲ ନୂଆଟିକ୍ରାରେ ରହୁଥିଲେ । ଅନ୍ୟ ଜାତିରେ ବିବାହ କରିବାରୁ ଉଭୟଙ୍କ ସହ ତାଙ୍କ ପରିବାର ଲୋକେ ରହୁନଥିଲେ ।
ବରପାଲି ଅନ୍ତର୍ଗତ ବରିକେଲ ନୂଆଟିକ୍ରା ଗ୍ରାମରେ ମହାବୀର ବିଦ୍ୟୁତ୍ ଟ୍ରାନ୍ସଫର୍ମର ପାଖରେ ସଫାସୁତୁରା କରିବା ବେଳେ ହଠାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହାବୀର ବରିହାଙ୍କ ମୃତ୍ୟୁ ହୋଇଥିଲା l କିନ୍ତୁ ଦୀର୍ଘ ସମୟ ଧରି ସେଠାରେ ପଡ଼ିରହିଥିଲା ମୃତଦେହ l କାରଣ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ କେହି ଛୁଇଁନଥିଲେ । ପରିବାର ଓ ସଂପର୍କୀୟ ଶବ ନେବାକୁ ମନା କରିବା ପରେ ଅସହାୟ ସ୍ତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଥିଲା ସଂକଳ୍ପ ପରିବାର l ଆଉ ତାଙ୍କର ଶେଷକୃତ୍ୟ ହୋଇଥିଲା ।