🔥 TRENDING ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... BRS Calls for ED Investigation into Te... Telangana consumers to bear additional... Odisha DGP Reviews Law‑and‑Order Ahead... Kanak News Odisha Airs 45th 8PM Bullet...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ବସ୍‌ ପାଇଁ ଅପେକ୍ଷା କରିଥିବା ବେଳେ ଚଢ଼ିଗଲା ହାଇୱା
Local

ବସ୍‌ ପାଇଁ ଅପେକ୍ଷା କରିଥିବା ବେଳେ ଚଢ଼ିଗଲା ହାଇୱା

✍️ Reporter: Deepak Mahapatra 🗓 06 Oct 2026, 02:42 PM 👁 22
Share: 💬 WhatsApp 📘 Facebook 𝕏 Post
ରାସ୍ତା କଡ଼ରେ ଛିଡ଼ା ହୋଇ ବସକୁ ଅପେକ୍ଷା କରୁଥିବାବେଳେ ଯାତ୍ରୀଙ୍କ ଉପରକୁ ଚଢ଼ିଗଲା ହାଇୱା । ଏହି ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର । ଘଟଣା ଘଟିଛି ଗଜପତି ଜିଲ୍ଲାର ରାୟଗଡ଼ା ଥାନା ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ବଡଗାଁ ଛକ ଠାରେ । ଦୁର୍ଘଟଣା ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ପ୍ରାଥମିକ ଚିକିତ୍ସା ବେଳେ ଏସ. ବେଣୁ ଗୋପାଳ, ବି. ସନମୁଖା ଦୁଇ ଜଣକ ମୃତ୍ୟୁ ହୋଇଥିବା ବେଳେ, ଏସ. ନାରାୟଣ ରାଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଡ୍ରାଇଭର ଫେରାର ଥିବା ଯୋଗୁଁ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ ଓ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ମୁଖ୍ୟ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ମୋହନା ଓ ପାରଳାଖେମୁଣ୍ଡି ରାସ୍ତା ଯାତାୟାତ ବନ୍ଦ ରହିଛି । ସେପଟେ ଡ୍ରାଇଭର ଦୃତଗତି ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
📲Get App