🔥 TRENDING NSUI Protests in Delhi Over Alleged Vo... Bihar Administration Introduces Dedica... Manjhi Murder in Gaya: Vikas Mitra Sho... Snake vs Rabbit Showdown on Siher Road... પિતૃકાર્યથી પરત ફરતા અકસ્માત Humanabad news
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ହଷ୍ଟେଲରେ କାମୁଡ଼ିଲା ସାପ; ଜଣେ ଛାତ୍ର ମୃତ, ଅନ୍ୟଜଣେ ଗୁରୁତର

✍️ Reporter: Deepak Mahapatra 🗓 05 Oct 2026, 12:20 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଦା ବିଦ୍ୟାଳୟର ୨ ନବମ ଶ୍ରେଣୀ ଛାତ୍ରଙ୍କୁ କାମୁଡ଼ିଲା ବିଷାକ୍ତ ସାପ l ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ଗୁରୁତର ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ସେମାନଙ୍କୁ ବିଷାକ୍ତ ସାପଟି କାମୁଡ଼ିଥିଲା । ପରେ ସେହି ସାପଟିକୁ ହଷ୍ଟେଲ ପରିସରରୁ ଉଦ୍ଧାର କରିଥିଲେ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ।
ମୃତ ଛାତ୍ରଙ୍କ ବାପା ମୁନିଦା ସ୍କୁଲର ଖେଳ ଶିକ୍ଷକ (ପିଇଟି) ଅଛନ୍ତି l ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
📲Get App