🔥 TRENDING Vigilance Launches Raid in Odisha; Ban... Odisha Student Union Elections: Key De... રાજકોટના ખોખડદળમાં ભારે વરસાદ Congress, NDA Clash Over Viral Clip Fr... Sri City Boiler Explosion Claims Four... Centre Approves Permanent Judges for A...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ତରୁଆକୁ ବାନ୍ଧିଲା ପୁଲିସ

✍️ Reporter: Deepak Mahapatra 🗓 05 Oct 2026, 12:10 PM 👁 23
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଜମିଜମା ବିବାଦ ଏବଂ ରାସ୍ତା ଅବରୋଧକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ମଞ୍ଚେଶ୍ୱର ପୁଲିସ ଏକ ଅପରାଧୀ ଗୋଷ୍ଠୀର ମୁଖ୍ୟ ତଥା ପେସାଦାର ଅପରାଧୀ ତରୁଣକାନ୍ତ ମହାନ୍ତି ଓରଫ ତରୁଆକୁ ଗିରଫ କରିଛି।

ଜମିଜମା ବିବାଦ ଏବଂ ରାସ୍ତା ଅବରୋଧକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ମଞ୍ଚେଶ୍ୱର ପୁଲିସ ଏକ ଅପରାଧୀ ଗୋଷ୍ଠୀର ମୁଖ୍ୟ ତଥା ପେସାଦାର ଅପରାଧୀ ତରୁଣକାନ୍ତ ମହାନ୍ତି ଓରଫ ତରୁଆ (୫୨)କୁ ଗିରଫ କରିଛି।ଅଭିଯୋଗକାରୀ ତପନ କୁମାର ସ୍ୱାଇଁଙ୍କର ପାଣ୍ଡରା ମୌଜା ଏନଏଚ୍-୧୬ ନିକଟରେ ଏକ ଜମି ରହିଛି। ଅଭିଯୁକ୍ତ ତରୁଣକାନ୍ତ ଏବଂ ତା'ର ସହଯୋଗୀମାନେ ଅଭିଯୋଗକାରୀଙ୍କ ଜମି ଚାରିପଟେ ଥିବା ଜମିକୁ ମାଡ଼ି ବସିବା ସହ ତାଙ୍କ ଜମିକୁ ଯାଉଥିବା ରାସ୍ତାରେ ଏକ ଲୁହା ଗେଟ୍ ଏବଂ ଇଟା ପ୍ରାଚୀର ନିର୍ମାଣ କରି ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ପୂର୍ବରୁ ମଧ୍ୟ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗତ ମାସ ୨୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ତରୁଣକାନ୍ତ ବେଆଇନ ଭାବେ ଅଭିଯୋଗକାରୀଙ୍କ ଜମିରେ ପଶି ଏକ ଚାକୁଣ୍ଡା ଗଛ କାଟି ବିକ୍ରି କରିଦେଇଥିଲା। ଅଭିଯୋଗକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ତରୁଣକାନ୍ତ ତାଙ୍କ ଜମିକୁ ରାସ୍ତା ଛାଡ଼ିବା ବାବଦକୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଟଙ୍କା ନଦେଲେ ହତ୍ୟା କରି ସେହି ଜମିରେ ପୋତିଦେବ ବୋଲି ଧମକ ଦେଇଥିଲା। ଏହି ସମୟରେ ତା'ର ପୁଅ ନଳିନୀକାନ୍ତ ଓରଫ ଗୁଡୁ, ଭାଇ ପଞ୍ଚାନନ ଓରଫ ପଞ୍ଚୁ ଏବଂ ସେମାନଙ୍କ ସିକ୍ୟୁରିଟି ଗାର୍ଡ ଆସି ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ଅଭିଯୋଗକାରୀ ତଳେ ପଡ଼ିଯାଇ ପାଟି କରିବାରୁ ସ୍ଥାନୀୟ ଲୋକଙ୍କ ଭୟରେ ସେମାନେ ଫେରାର ହୋଇଯାଇଥିଲେ।
ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ବାପା, ପୁଅ ଓ ଦାଦା ମିଶି ଏକ ଅପରାଧୀ ଗୋଷ୍ଠୀ ଚଳାଉଛନ୍ତି। ସେମାନେ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକଙ୍କ ଜମି ଦଖଲ କରିବା, ରାସ୍ତା ଅବରୋଧ କରି ଲୋକଙ୍କ ଠାରୁ ଦାଦାବଟି ଆଦାୟ କରିବା ଏବଂ ଭୟଭୀତ କରିବା ଭଳି ସଙ୍ଗିନ ଅପରାଧରେ ସମ୍ପୃକ୍ତ ଅଛନ୍ତି। ଅପରାଧିକ ପୃଷ୍ଠଭୂମି ଯାଞ୍ଚରୁ ଜଣାପଡ଼ିଛି ଯେ ଗିରଫ ମୁଖ୍ୟ ଅଭିଯୁକ୍ତ ତରୁଣକାନ୍ତ ଓରଫ ତରୁଆ ଜଣେ ଅଭ୍ୟାସଗତ ଅପରାଧୀ। ତା' ନାମରେ ହତ୍ୟା ଉଦ୍ୟମ, ବିସ୍ଫୋରକ ଆଇନ, ଅସ୍ତ୍ରଶସ୍ତ୍ର ଆଇନ, ଦାଦାବଟି ଆଦାୟ, ଠକେଇ ଓ ହରିଜନ-ଆଦିବାସୀ ଆଇନ ଭଳି ୧୪ଟି ସଙ୍ଗିନ ମାମଲା ବିଭିନ୍ନ ଥାନାରେ ରହିଛି।

ମଞ୍ଚେଶ୍ୱର ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତରୁଣକାନ୍ତ ମହାନ୍ତିକୁ ଗତକାଲି ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଛି। ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
📲Get App