🔥 TRENDING हामिरगढ़ में नई ई‑बाइक एजेंसी का उद्घा... 7 अक्टूबर को 8 बजे से 3 बजे तक बिजली क... ਗੁਰਦੁਆਰਾ ਬਾਬਾ ਜੀਵਨ ਸਿੰਘ ਵਿੱਚ ਨੌਜਵਾਨਾਂ... पटनावासी ADM के घर से बरामद कैश: रिश्व... કીર્તિ પટેલની સાથીદાર અને સસ્પેન્ડ થયે... ఆదిలాబాద్: రెడ్ క్రాస్ ఛైర్మన్గా ఆడే క...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ବ୍ରହ୍ମପୁରରେ ପାର୍ବଣ ପୂର୍ବରୁ ହତ୍ୟାକାଣ୍ଡ; ସାମାନ୍ୟ ବଚସାରୁ ଗଲା ଜୀବନ

✍️ Reporter: Deepak Mahapatra 🗓 05 Oct 2026, 12:28 PM 👁 9
Share: 💬 WhatsApp 📘 Facebook 𝕏 Post
ପାର୍ବଣ ପୂର୍ବରୁ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ସାଢ଼େ ୧ଟାରେ ଘଟିଛି ଏହି ହତ୍ୟାକାଣ୍ଡ। ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛି ସାଙ୍ଗ ବିଟୁ ସାହୁ । ଏହି ଘଟଣାକୁ ନେଇ ନିମଖଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଟୁନା ନାୟକ ଗତକାଲି ତାଙ୍କ ବନ୍ଧୁ ବିଟୁ ସହ ବସି ମଦ ପିଇଥିଲେ । ସେଠାରେ କୌଣସି କାରଣକୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ବେଳେ ଟୁନା ଉତକ୍ଷିପ୍ତ ହୋଇ ବିଟୁଙ୍କୁ ପିଟିଥିଲା। ଏତିକିରେ ରାଗିଯାଇ ବିଟୁ ନିଜ ବାଇକରେ ରଖିଥିବା ଛୁରୀରେ ଟୁନାଙ୍କ ବେକକୁ କାଟି ଦେଇଥିଲା।
ନିମଖଣ୍ଡି ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ସହ ସମ୍ପୃକ୍ତି ଅଭିଯୋଗରେ ପୁଲିସ ବିଟୁ ସାହୁଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।
📲Get App