ପୋଖରୀରେ ବୁଡ଼ି ଯୁବକ ମୃତ
Watch on:
▶️ YouTube
କଇଁଫୁଲିଆରେ ପୋଖରୀରେ ବୁଡି ଜଣେ ଯୁବକର ଦୁଃଖଦ ମୃତ୍ୟୁ ହୋଇଛି
ବେତନଟୀ ୦୩/୧୦ : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧିନ ଯୋଗିନୁଆଗାଁ ଗ୍ରାମପଞ୍ଚାୟତ ର କଇଁଫୁଲିଆ ଗ୍ରାମର ଜଣେ ଯୁବକ ଶନିବାର ଅପରାହ୍ନ ରେ ଗାଁ ପାଖ ପୋଖରୀ କୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ମୃତକ ଙ୍କ ନାମ ହେମନ୍ତ ନାଏକ (୩୨) ପିତା ଗଜେନ୍ଦ୍ର ନାଏକ ବୋଲି ଜଣା ପଡିଛି।ଘଟଣା ରୁ ପ୍ରକାଶ ମୃତ ଯୁବକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ। ଗାଁ ର ସ୍ତ୍ରୀ ଲୋକ ମାନେ ଉପର ବେଳେ ପୋଖରୀ କୁ ଆସିଥିବାବେଳେ ପୋଖରୀ ଆଡିରେ ହେମନ୍ତ ଙ୍କ ଲୁଗା ଥିବା ଓ ସେ ପାଣିରେ ବୁଡ଼ି ଯାଇଥିବା ଦେଖି ତାଙ୍କ ବଡ଼ଭାଇ ସନ୍ତୋଷ ନାଏକ ଙ୍କୁ ଖବର ଦେଇଥିଲେ। ସନ୍ତୋଷ ନାଏକ ଏ ନେଇ ବେତନଟୀ ଅଗ୍ନିଶମ ବିଭାଗ କୁ ଖବର ଦେବାପରେ ସେମାନେ ଯାଇ ହେମନ୍ତ କୁ ପୋଖରୀରୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ଡାକ୍ତର ଏସ ଅଲ୍ଲୀ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବଡ଼ସାହି ଥାନା କୁ ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଛି।ଆସନ୍ତା କାଲି ଶବ ବ୍ୟବଛେଦ ହେଵବୋଲି ଜଣାଯାଇଛି।