Politics
ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ କିଏ କରୁଛି ବଦମାସୀ? କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ନବୀନ
Watch on:
▶️ YouTube
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ କିଏ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି? ଗତକାଲିଠାରୁ ଏହାକୁ ନେଇ ହେଉଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି ନିଜେ ନବୀନ ପଟ୍ଟନାୟକ। ଗତକାଲି ବିଜେଡିର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ପ୍ରତିନିଧି ଓ ନେତାମାନେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେମାନଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ, ଆପଣମାନଙ୍କୁ କାମ କରିବାକୁ ପଡ଼ିବ। ବହୁତ ପରିଶ୍ରମ କରିବାକୁ ପଡ଼ିବ। ଆପଣମାନେ ଜାଣିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ସେଥିପାଇଁ ଆମ ସମସ୍ତଙ୍କୁ ବହୁତ କାମ କରିବାକୁ ପଡ଼ିବ। ମୁଁ ଶୁଣିଛି ଶେରଗଡ଼ରେ କିଛି ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସେମାନେ ବଦମାସୀ କରୁଛନ୍ତି। ମୋତେ ସବୁ ଜଣା। ଠିକ୍ ସମୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବି।
ଶେରଗଡ଼ରେ କେଉଁମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ତାହା ନବୀନ ଜାଣିଥିବା କହିଥିଲେ ସୁଦ୍ଧା ସେମାନଙ୍କ ନାଁ କହି ନଥିଲେ। ତେବେ ସେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେବା ପରେ ସେହି ବିଶୃଙ୍ଖଳାକାରୀମାନେ କେଉଁ ସ୍ତରର ନେତା ଓ ସେମାନେ କାହାଠାରୁ ସାହସ ପାଇ ବଦମାସୀ କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି।