Education
ଓଲଟିଲା ସ୍କୁଲ ଭ୍ୟାନ
Watch on:
▶️ YouTube
ଓଲଟିଲା ସ୍କୁଲ ଭ୍ୟାନ I ଦୁର୍ଘଟଣାରେ ୨ ଶିଶୁ ଗୁରୁତର ଏବଂ ୨୪ ଜଣ ଛାତ୍ରଛାତ୍ରୀ ଆହତ I ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସରଧାଝୁଲି ନିକଟରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି I
ଜାଲୋଇ ସ୍ଥିତ ପ୍ରେମ ଇଣ୍ଟରନ୍ୟାସନାଲ ସ୍କୁଲରୁ ବାହାରି ପ୍ରାୟ ୨୬ ଜଣ ଶିଶୁଙ୍କୁ ନେଇ ଯାଉଥିଲା ଭ୍ୟାନ । ସରଧାଝୁଲି ନିକଟରେ ଭେନ୍ଟି ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା I ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ୨ ଜଣ ଶିଶୁ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି ।
ଆହତ ଶିଶୁଙ୍କୁ ପ୍ରଥମେ ଜାଲୋଏ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।
ଆହତ ଶିଶୁଙ୍କୁ ପ୍ରଥମେ ଜାଲୋଏ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।