🔥 ट्रेंडिंग स्थानीय विधायक ने किया नवनिर्मित सामुद... ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... टॉम क्रूज़ की 'डिगर' फिल्म का भारत में...
03 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଶିକ୍ଷକଙ୍କ ବଦଳିକୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ
शिक्षा

ଶିକ୍ଷକଙ୍କ ବଦଳିକୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

✍️ रिपोर्टर: Deepak Mahapatra 🗓 03 अक्टू. 2026, 12:46 PM 👁 15
शेयर करें: 💬 WhatsApp 📘 Facebook 𝕏 Post

ଚାରିଆଡ଼େ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । କିନ୍ତୁ ଆଜିର ଦିନରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି । ତାଙ୍କର ଦାବି ରହିଛି ଶିକ୍ଷକଙ୍କ ବଦଳିକୁ ପ୍ରତ୍ୟାହାର କରିବା ଓ ଅଧିକ ଶିକ୍ଷକ ନିଯୁକ୍ତି କରିବା ।

ଚାରିଆଡ଼େ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । କିନ୍ତୁ ଆଜିର ଦିନରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି । ତାଙ୍କର ଦାବି ରହିଛି ଶିକ୍ଷକଙ୍କ ବଦଳିକୁ ପ୍ରତ୍ୟାହାର କରିବା ଓ ଅଧିକ ଶିକ୍ଷକ ନିଯୁକ୍ତି କରିବା । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଠମୁହଁ ଠାରେ ।ଏହି ବିଦ୍ୟାଳୟରେ ପାଖାପାଖି ୨୦୦ ପିଲା ପାଠ ପଢ଼ନ୍ତି । ତାଙ୍କୁ ପାଠ ପଢ଼ାଇବାକୁ ମାତ୍ର ୫ ଜଣ ଶିକ୍ଷକ ଥିବାବେଳେ ୯ଟି ଶ୍ରେଣୀଗୃହ ରହିଛି । ଏହା ସତ୍ତେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳି ହୋଇଛି । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହାକୁ ପ୍ରତିବାଦ କରିଛନ୍ତି । ଉକ୍ତ ଶିକ୍ଷକଙ୍କ ଫଳରେ ପିଲାମାନେ ଭଲ ପାଠ ପଢ଼ିବା ସହ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି । ତେଣୁ ଅଭିଭାବକମାନେ ବଦଳି ବଦଳରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରିଣୀ ଅବଗତ ଅଛନ୍ତି । ଆଉ ସେ କହିଛନ୍ତି ଯେ, ଏହି ଘଟଣାକୁ ନେଇ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
📲Get App