🔥 TRENDING स्थानीय विधायक ने किया नवनिर्मित सामुद... ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... Tom Cruise’s ‘Digger’ Opens Slowly in...
03 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭୁବନେଶ୍ୱରରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ; ଡିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

✍️ Reporter: Deepak Mahapatra 🗓 03 Oct 2026, 12:58 PM 👁 20
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘରେ ପଶି ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ଭୁବନେଶ୍ୱରେ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ଏହି ମାମଲାକୁ ନେଇ ମହିଳା କମିଶନଙ୍କ ଉଦବେଗ ପ୍ରକାଶ କରିଛନ୍ତି।ବୁଧବାର ରାତି ୯ଟାରୁ ୧୦ଟା ମଧ୍ୟରେ ଏହି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନା ବେହେରା ସାହି ଅଞ୍ଚଳରେ ତାଙ୍କ ବଡ଼ ଭଉଣୀଙ୍କ ସହ ଭଡ଼ା ଘରେ ରହନ୍ତି। ଘର ମାଲିକ ପ୍ରଥମ ମହଲାରେ ରହନ୍ତି। ତାଙ୍କ ବଡ଼ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ଘରର ଦ୍ୱାର ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହାର ସୁଯୋଗ ନେଇ ଜଣେ ମୁଖାପିନ୍ଧି ବ୍ୟକ୍ତି ଘର ଭିତରକୁ ହଠାତ୍ ପଶି ଆସିଥିଲେ। ଯୁବତୀ ଜଣଙ୍କ କିଛି ବୁଝିବା ପୂର୍ବରୁ ସେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଚୁପ୍ ରହିବାକୁ ଧମକ ଦେବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇ କଚାଡ଼ି ଭାଙ୍ଗି ଦେଇଥିଲେ। ଏହା ସହିତ ଓଢ଼ଣୀରେ ତାଙ୍କ ପାଟିକୁ ବାନ୍ଧି ଦେଇଥିଲେ। ଅନ୍ୟ ଏକ ଓଢ଼ଣୀରେ ସେ ଯୁବତୀଙ୍କ ଗୋଡ଼ହାତକୁ ବନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହେବା ବେଳେ ଘରର ଦ୍ୱାରକୁ ବାହାର ପଟୁ ବନ୍ଦ କରିଦେଇଥିଲେ।
ପୁଲିସ୍‌ ଅନୁମାନ କରୁଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ସେହି ଯୁବତୀଙ୍କ ଉପରେ ନଜର ରଖିଆସୁଥିଲା। ବୁଧବାର ରାତିରେ ସେ ଘରେ ଏକୁଟିଆ ଥିବା ଜାଣି ସେ ସେଠାକୁ ଆସିଥିଲା। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ।
📲Get App