🔥 ट्रेंडिंग पटना: दीघा के पास एक व्यक्ति लापता, तल... ବିରୁପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩... દહેગામ પોલીસે નંબર પ્લેટ વગરની અને કાળ... અરબ સાગરમાં કોસ્ટ ગાર્ડનું સફળ ઓપરેશન:... कौशाम्बी के मोहम्मदपुर गांव में कार मे... અરબ સાગરમાં કોસ્ટ ગાર્ડનું સફળ ઓપરેશન:...
30 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

✍️ रिपोर्टर: Deepak Mahapatra 🗓 30 सित. 2026, 12:58 PM 👁 18
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ସୁବର୍ଣ୍ଣପୁର: ଭଡ଼ାଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ସୋନପୁର ଥାନା ଅନ୍ତର୍ଗତ ସୁବର୍ଣ୍ଣନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ଯାଜପୁର ପାଣିକୋଇଲି ଅଞ୍ଚଳର ଉମେଶ ନାଏକ।

ସୂଚନା ଅନୁସାରେ, ଉମେଶ ଜିଓ ଅପ୍ଟିକାଲ ଫାଇବରରେ କାମ କରୁଥିଲେ। ସେ ଅନ୍ୟ କିଛି ସହଯୋଗୀଙ୍କ ସହ ସୁବର୍ଣ୍ଣନଗର ଅଞ୍ଚଳର ଏକ ଭଡ଼ାଘରେ ରହୁଥିଲେ। ଗତ ରାତିରେ ଘର ଭିତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସକାଳେ ସହଯୋଗୀମାନେ ଉମେଶଙ୍କ ମୃତଦେହ ଦେଖିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ତେବେ ଉମେଶଙ୍କ ମୃତ୍ୟୁ କିପରି ହେଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
📲Get App