🔥 TRENDING મહીસાગર : કોંગ્રેસ vs ભાજપ - ચૂંટણી કમ... दोमुंहा सांप मामले में मैगलगंज थानेदार... Suhani Shah’s Magic Act Sparks Claims... Rajkummar Rao’s ‘Prahaar’ Trailer High... Rajinikanth Arrives at Mysuru Film Set... Apple iPhone 18 Pro Gains Pocket Film...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ଆର.କେ. ପଟ୍ଟନାୟକ
Politics

ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ଆର.କେ. ପଟ୍ଟନାୟକ

✍️ Reporter: Deepak Mahapatra 🗓 30 Sep 2026, 01:04 PM 👁 11
Share: 💬 WhatsApp 📘 Facebook 𝕏 Post
କଟକ: ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ବିରୋଧରେ ଯାଇଥିବା ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିବା ମାମଲା ଏକ ଭିନ୍ନ ମୋଡ଼ ନେଇଛି । ଆବେଦନର ଶୁଶାଣିରୁ ଓହରିଛନ୍ତି ବିଚାରପତି ଆର.କେ ପଟ୍ଟନାୟକ । ହାଇକୋର୍ଟ ଦ୍ୱାରା ଗଠିତ ନୂତନ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ତେବେ ବିଚାରପତି ପଟ୍ଟନାୟକ କାହିଁକି ଓହରିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୮ ଜଣ ବିଧାୟକ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ନିଜ ମତ ଦେଇଥିଲେ । ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମସ୍ତ ସଦସ୍ୟଙ୍କ ସଭ୍ୟରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ଵାଳ, ସନାତନ ମହାକୁଡ଼, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସୁବାଷିନୀ ଜେନା, ରମାକାନ୍ତ ଭୋଇ ଓ ଚକ୍ରମଣି କହଁରଙ୍କୁ ଦଳ ପୂର୍ବରୁ ନିଲମ୍ବିତ କରିସାରିଛି ।
📲Get App