🔥 ट्रेंडिंग *केन्द्र की सब्सिडी के अतिरिक्त राज्य... સાબરકાંઠા LCB દ્વારા હત્યાના ગુનામાં ફ... நாகர்கோவிலில் மதுமிதா வீட்டில் திருடிய... વલસાડ નજીક પુરઝડપે ગયેલી વેન્યૂ કારે ઇ... राजेन्द्रनगर में 34 वर्षीय पुरुष की हत... बॉलीवुड हंगामा ने शर्लिन चोपड़ा की फोट...
29 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ମାଡ଼ିଆସିଲା ମହାନଦୀ ବନ୍ୟାଜଳ, ବୁଡ଼ିଲା ରାସ୍ତା

✍️ रिपोर्टर: Deepak Mahapatra 🗓 29 सित. 2026, 04:55 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ମହାନଦୀରେ ଚତୁର୍ଥ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ବାଙ୍କୀର ବିଭିନ୍ନ ଶାଖା ନଦୀରେ ତୃତୀୟ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ବାଙ୍କୀ ଡମପଡ଼ା ବ୍ଲକ୍ ର ଭେଡା ରାମଚନ୍ଦ୍ରପୁର, ତାଳବସ୍ତ, ବିଲିପଡ଼ା, ପାଥପୁର, ଶିମିଳିପୁର, ହରିରାଜ୍ପୁର ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ପାଣି ମାଡ଼ି ଚାଲିଛି ।

ବାଙ୍କୀ ବ୍ଲକର ବ୍ରହ୍ମପୁରା, ଅନୁଆରି, ଗ୍ରାମ ପଞ୍ଚାୟତରେ ଜମିରେ ପାଣି ପ୍ରବାହିତ ହେଉଛି । ମହାନଦୀର ଉତ୍ତର ପାର୍ଶ୍ୱରେ ଥିବା ହୁଳୁହୁଳା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ବାଙ୍କୀ ବ୍ଲକର ପାଞ୍ଚଟି ପଞ୍ଚାୟତର ଲୋକେ ପ୍ରଭାବିତ ହେଉଛନ୍ତି । ବାଙ୍କୀ ବ୍ଲକ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।
ସେହିଭଳି ଖୋର୍ଦ୍ଧା ବାଙ୍କୀର ବିଲିପଡା ତାଳବସ୍ତ ରାସ୍ତାରେ ତିନି ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ବାଙ୍କୀ ଖୋର୍ଦ୍ଧା ରାସ୍ତାରେ ଗମନା ଗମନ ଠପ୍ ହୋଇଯାଇଛି । ପାଥପୁର ଗ୍ରାମ ପଞ୍ଚାୟତର କଇଁମୁଣ୍ଡି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ମୁଖ୍ୟ ରାସ୍ତାକୁ ଯାତାୟତ ଠପ୍ ହୋଇଯାଇଛି।
📲Get App