🔥 ट्रेंडिंग *केन्द्र की सब्सिडी के अतिरिक्त राज्य... સાબરકાંઠા LCB દ્વારા હત્યાના ગુનામાં ફ... நாகர்கோவிலில் மதுமிதா வீட்டில் திருடிய... વલસાડ નજીક પુરઝડપે ગયેલી વેન્યૂ કારે ઇ... राजेन्द्रनगर में 34 वर्षीय पुरुष की हत... बॉलीवुड हंगामा ने शर्लिन चोपड़ा की फोट...
29 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ରେଭେନ୍ସାରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

✍️ रिपोर्टर: Deepak Mahapatra 🗓 29 सित. 2026, 04:45 PM 👁 17
यहाँ देखें: 📘 Facebook 📷 Instagram
शेयर करें: 💬 WhatsApp 📘 Facebook 𝕏 Post
ପୁଣି ରେଭେନ୍‌ସା ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ। ଅନ୍‌ଲାଇନ୍ ଗେମକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରବାସର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସେହି ଛାତ୍ରାବାସର ଯୁକ୍ତ ୩ ତୃତୀୟ ବର୍ଷର କିଛି ଛାତ୍ର ତାଙ୍କୁ ରାଗିଂ କରିଥିବା ସେ ଅଭିଯୋଗ କରିଛନ୍ତି। ଅନଲାଇନ ଗେମରେ ସିନିୟର ଛାତ୍ରମାନେ ଚିଟିଂ କରିଥିବାରୁ ଛାତ୍ର ଜଣଙ୍କ ସେମାନଙ୍କୁ ବିରୋଧ କରିଥିଲେ । ତେଣୁ ସେହି ସିନିୟର ଛାତ୍ରମାନେ ରାଗିଯାଇ ତାଙ୍କୁ ହଷ୍ଟେଲର ଏକ ରୁମ୍‌କୁ ଡାକି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।
ସେ ଆଣ୍ଟି ରାଗିଂ ସେଲ ସହିତ ରେଭେନ୍‌ସା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନଙ୍କୁ ମେଲ କରି ତାଙ୍କ ଅଭିଯୋଗ ଜଣାଇଛନ୍ତି। ତେବେ ଏ ନେଇ ରେଭେନ୍‌ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
📲Get App