🔥 TRENDING Bihar's Science & Technology Posts Rem... BJP Unveils MLC Candidates for Uttar P... Bihar Board Makes Class 10 & 12 Mark S... इचिंग बोर्ड कॉलोनी में दो दिनों से लाव... Fatal Bike Accident in Bagalpur: Conta... रामगढ़ में टीवी मरीजों को 75 पोषण किट...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ବଲାଙ୍ଗିର ବ୍ୟବସାୟୀଙ୍କୁ ଅପହରଣ ମାମଲା; ୨ ଦିନିଆ ରିମାଣ୍ଡରେ ଗଲେ ଘଟଣାର ମୁଖ୍ୟ ଅଭିଯୁକ୍ତ

✍️ Reporter: Deepak Mahapatra 🗓 29 Sep 2026, 05:05 PM 👁 14
Share: 💬 WhatsApp 📘 Facebook 𝕏 Post
ପୁଣି ଫେରିଲା ବହୁଚର୍ଚ୍ଚିତ ବଲାଙ୍ଗିର ବ୍ୟବସାୟୀ ଗୁଣ୍ଡା ସାହୁଙ୍କ ଅପହରଣ ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ଚନ୍ଦ୍ର ସାହୁଙ୍କୁ ରିମାଣ୍ଡରେ ଆଣିଲା ବଲାଙ୍ଗିର ପୁଲିସ । ଦୁଇଦିନିଆ ରିମାଣ୍ଡ ପାଇଁ ମାନ୍ୟବର କୋର୍ଟ ଅନୁମତି ଦେଇଛନ୍ତି । ଆଜି କ୍ଷିତିଶକୁ ଜେଲରୁ ହସ୍ପିଟାଲ ନେଇଥିଲା ବଲାଙ୍ଗିର ପୁଲିସ । ହସ୍ପିଟାଲରୁ ଅଜଣା ଜାଗାକୁ ନେଇ ତାଙ୍କୁ ପଚରା ଉଚୁରା କରୁଛି ବଲାଙ୍ଗିର ପୁଲିସ । ଗତ ୧୫ ତାରିଖ ଦିନ ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁଙ୍କୁ ଅପହରଣ କରିଥିଲା କ୍ଷିତୀଶ । ପୁଲିସ ଗୁଣ୍ଡା ସାହୁଙ୍କୁ ଉଦ୍ଧାର କରିବା ସହିତ ଘଟଣାରେ ସବ-ଇନ୍ସପେକ୍ଟର ସ୍ନେହ ମଞ୍ଜରୀ ସାହୁ ଓ କ୍ରାଇମ ରିପୋର୍ଟର ସଞ୍ଜୟ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେବି ପାଞ୍ଚରୁ ଛଅ ଅଭିଯୁକ୍ତ ଫେରାର ଅଛନ୍ତି ।
ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ କ୍ଷିତୀଶଙ୍କୁ ଦୁଇଦିନିଆ ରିମାଣ୍ଡରେ ନିଆଯାଇଥିବାର ଅନୁମାନ କରାଯାଉଛି । ଏହା ସହିତ ଅପହରଣରେ ଆଉ କିଏ କିଏ ସାମିଲ ଥିଲେ ତାହା ମଧ୍ୟ ପୁଲିସ ଜାଣିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି ।
📲Get App