🔥 ट्रेंडिंग ಶ್ರಾವಣ ಮಾಸದ ಭಜನಾ ಮುಕ್ತಾಯ ಕಾರ್ಯಕ್ರಮ ದೇವ... यौन हिंसा की अफवाह ने भारतीय विश्वविद्... ऐश्वarya Rai Bachchan ने पेरिस फैशन वी... लेखिका अपुर्व असरानी ने 13 साल के OTT... करन टकर को फिर से ग़ौरव तिवारी की भूमि... સંતરામપુર ઝાલોદ હાઇવે પર માર્ગ અકસ્માત
29 सित. 2026•
ગુજરાતી मराठी ਪੰਜਾਬੀ বাংলা
୬୮ ଦିନ ହେଲା ବନ୍ଦ ଜନ୍ତାପାଇ–ମାଲକାନଗିରି ମାଗଣା ରୋଗୀ ବସ୍
स्थानीय

୬୮ ଦିନ ହେଲା ବନ୍ଦ ଜନ୍ତାପାଇ–ମାଲକାନଗିରି ମାଗଣା ରୋଗୀ ବସ୍

✍️ रिपोर्टर: DHARMENDRA ROUT 🗓 29 सित. 2026, 01:25 PM 👁 23
शेयर करें: 💬 WhatsApp 📘 Facebook 𝕏 Post

ମାଲକାନଗିରି ଜିଲ୍ଲାରେ ୬୮ ଦିନ ଧରି ବନ୍ଦ ରହିଛି ଜନ୍ତାପାଇ-ମାଲକାନଗିରି ମାଗଣା ରୋଗୀ ବସ୍ ସେବା। ଏହା ଫଳରେ ଗରିବ ଓ ଆଦିବାସୀ ଅଞ୍ଚଳର ଲୋକେ ଚିକିତ୍ସା ପାଇଁ ଯିବାଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚିତ୍ରକୋଣ୍ଡା :-ଦୁର୍ଗମ ସ୍ୱାଭିମାନ ଅଞ୍ଚଳର ରୋଗୀଙ୍କ ପାଇଁ ଜନ୍ତାପାଇରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚାଲୁଥିବା ମାଗଣା ରୋଗୀ ପରିବହନ ବସ୍‌ ସେବା ୨୨ ଜୁଲାଇ ୨୦୨୬ରୁ ବନ୍ଦ ରହିଛି। ଫଳରେ ଜନ୍ତାପାଇ ସମେତ ସ୍ୱାଭିମାନ ଅଞ୍ଚଳର ରୋଗୀ ଓ ସେମାନଙ୍କ ସହଯୋଗୀଙ୍କ ଯାତାୟାତ ସମସ୍ୟା ବଢ଼ିଛି। ପ୍ରାୟ ୫ ବର୍ଷ ଧରି ଚାଲିଥିବା ଏହି ସେବା ବନ୍ଦ ହେବା ପରେ ଗରିବ ଓ ଅସହାୟ ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ଯାତାୟାତ ଖର୍ଚ୍ଚ ବହନ କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।
ଜୋଡ଼ାଆମ୍ବ ପ୍ରାଥମିକ ଚିକିତ୍ସାଳୟ, ଜାନ୍‌ବାଇ ପ୍ରାଥମିକ ଚିକିତ୍ସାଳୟ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଲିମେଳା ଏନ୍‌ଏସି ଅଧୀନ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ଉଚ୍ଚତର ଚିକିତ୍ସା ପାଇଁ ମାଲକାନଗିରି ଆସୁଥିବା ରୋଗୀମାନେ ମଧ୍ୟ ଏହି ବସ୍‌ ସେବାରୁ ଉପକୃତ ହେଉଥିଲେ।
ଜନଶୁଣାଣିରେ ଆବେଦନ, ତଥାପି ସେବା ଆରମ୍ଭ ନାହିଁ
ବସ୍‌ ସେବା ପୁନଃ ଚାଲୁ କରିବା ପାଇଁ ୭ ସେପ୍ଟେମ୍ବର ୨୦୨୬ରେ ଖଇରପୁଟ ବ୍ଲକ୍‌ରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ଆବେଦନ କରାଯାଇଥିଲା। ଆବେଦନରେ ବସ୍‌ ସେବା ତୁରନ୍ତ ପୁନଃ ଚାଲୁ କରିବା ସହ ରୋଗୀଙ୍କ ସୁବିଧା ପାଇଁ ଫେରନ୍ତା ବସ୍‌ର ସମୟ ଅପରାହ୍ନ ୪ଟାରୁ ୫ଟା କରିବାକୁ ଅନୁରୋଧ କରାଯାଇଥିଲା।
‘ସହଯୋଗ’ ସ୍ୱେଚ୍ଛାସେବୀ ସଂଗଠନ, ବାଲିମେଳା ପକ୍ଷରୁ କୁହାଯାଇଛି ଯେ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ, ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା, ରିପୋର୍ଟ ସଂଗ୍ରହ ଏବଂ ଔଷଧ ନେବା ପାଇଁ ଅଧିକ ସମୟ ଆବଶ୍ୟକ ହୁଏ। ୪ଟାରେ ଫେରନ୍ତା ବସ୍‌ ଛାଡ଼ିଲେ ଅନେକ ରୋଗୀ ସମସ୍ତ ଚିକିତ୍ସା ପ୍ରକ୍ରିୟା ଶେଷ କରିପାରୁନଥିବାରୁ ସମୟକୁ ୫ଟା କରିବାକୁ ସଂଗଠନ ଦାବି କରିଛି। ତା. ୭ରୁ ୨୮ ରିଖ ସେପ୍ଟେମ୍ବର ପତ୍ରାଳାପରେ ୨୧ ଦିନ ସୂଚନା ଅନୁଯାୟୀ, ୭ ସେପ୍ଟେମ୍ବରରେ ଜନଶୁଣାଣିରେ ଦିଆଯାଇଥିବା ଆବେଦନ ୧୧ ସେପ୍ଟେମ୍ବରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପରେ ୨୨ ସେପ୍ଟେମ୍ବରରେ ଏନେଇ ପତ୍ରାଳାପ ହୋଇଥିବା ବେଳେ ମାଲକାନଗିରି ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟରେ ପତ୍ରଟି ୨୮ ସେପ୍ଟେମ୍ବରରେ ପହଞ୍ଚିଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ମାଲକାନଗିରି ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟର ଦୂରତା ପ୍ରାୟ ୨ କିଲୋମିଟର ହୋଇଥିବା ବେଳେ ଆବେଦନ ସମ୍ପର୍କିତ ପତ୍ର ପହଞ୍ଚିବାକୁ ୨୧ ଦିନ ଲାଗିଥିବାକୁ ନେଇ ପ୍ରଶ୍ନ ଉଠିଛି। ଏପରି ସ୍ଥିତିରେ ବସ୍‌ ସେବା ପୁନଃ ଚାଲୁ କରିବା ପାଇଁ ଆଉ କେତେଦିନ ଲାଗିବ, ତାହାକୁ ନେଇ ରୋଗୀ ଓ ସେମାନଙ୍କ ପରିବାର ମହଲରେ ଚିନ୍ତା ପ୍ରକାଶ ପାଇଛି।
ବନ୍ଦର କାରଣ ସାର୍ବଜନୀନ କରିବାକୁ ଦାବି
୨୨ ଜୁଲାଇରୁ ମାଗଣା ରୋଗୀ ବସ୍‌ ସେବା କାହିଁକି ବନ୍ଦ ରହିଛି, ତାହାର କାରଣ ସାର୍ବଜନୀନ କରିବାକୁ ‘ସହଯୋଗ’ ପକ୍ଷରୁ ଦାବି କରାଯାଇଛି। ପ୍ରଶାସନିକ, ପରିଚାଳନାଗତ କିମ୍ବା ଆର୍ଥିକ କୌଣସି ସମସ୍ୟା ଥିଲେ ତାହାର ସମାଧାନ କରି ସେବାକୁ ନିୟମିତ ଭାବେ ଚାଲୁ ରଖିବାକୁ ସଂଗଠନ ଅନୁରୋଧ କରିଛି। ଏଥିସହ ଦୁର୍ଗମ ଅଞ୍ଚଳର ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜନ୍ତାପାଇ ସମେତ ଚିତ୍ରକୋଣ୍ଡା, କୋରୁକୋଣ୍ଡା ଓ ବାଲିମେଳା ଅଞ୍ଚଳ ପାଇଁ ଆବଶ୍ୟକ ଅତିରିକ୍ତ ରୋଗୀ ପରିବହନ ବ୍ୟବସ୍ଥା କରିବା ସହ ଭବିଷ୍ୟତରେ ପୂର୍ବ ସୂଚନା ବିନା ଏପରି ସେବା ବନ୍ଦ ନହେବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ମାଗଣା ରୋଗୀ ବସ୍‌ ସେବା ପୁନଃ ଚାଲୁ କରି ଦୁର୍ଗମ ଅଞ୍ଚଳର ରୋଗୀଙ୍କ ଚିକିତ୍ସା ଯାତାୟାତ ସମସ୍ୟାର ସମାଧାନ କରାଯିବ କି, ନା ପତ୍ରାଳାପରେ ଆହୁରି ସମୟ ଗଡ଼ିବ—ଏବେ ତାହାକୁ ନେଇ ଅପେକ୍ଷାରେ ରହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ l
📲Get App