🔥 ट्रेंडिंग રાણપુર સરકારી હોસ્પિટલમાં આયુષ્માન કાર... रूल्याणी मे चुना बाबा के मेले में उमड़... लवली प्रोफेशनल यूनिवर्सिटी में हिंसा प... संगरुर के गुरुद्वारे में मुखौटा पहने प... बांग्लादेश में जून में भेजी गई असम की... आसाम की छात्रा दिल्ली में रैपिडो बाइक...
29 सित. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଡିଜିଟାଲ ଠକେଇ ବିରୋଧରେ ଛାତ୍ରଛାତ୍ରୀଙ୍କ ପଥପ୍ରାନ୍ତ ନାଟକ

✍️ रिपोर्टर: Laxminandan Satpathy 🗓 29 सित. 2026, 03:02 PM 👁 23
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ଅନଲାଇନ ଠକେଇରୁ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନେ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରିଛନ୍ତି।

ଆଜିର ଡିଜିଟାଲ ଯୁଗରେ ଅନଲାଇନ ଠକେଇ ଏକ ଗୁରୁତର ସାମାଜିକ ସମସ୍ୟାରେ ପରିଣତ ହେଉଛି। ଏହି ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ଓ ସାଇବର ଠକେଇରୁ ସୁରକ୍ଷିତ ରହିବାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “ଡିଜିଟାଲ ଠକେଇ ଠୁ ସାବଧାନ” ବିଷୟବସ୍ତୁ ଉପରେ ଏକ ସଚେତନତାମୂଳକ ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ନାଟକ ମାଧ୍ୟମରେ OTP, PIN, ପାସୱାର୍ଡ, ବ୍ୟାଙ୍କ ତଥ୍ୟ ଓ ବ୍ୟକ୍ତିଗତ ସୂଚନା କାହା ସହିତ ଅସାବଧାନତାରେ ଅଂଶୀଦାର ନକରିବା, ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନକରିବା ଏବଂ ଅଜଣା ଫୋନ୍ କଲ୍‌ ଓ ମେସେଜ୍‌ ପ୍ରତି ସତର୍କ ରହିବାର ବାର୍ତ୍ତା ଦିଆଯାଇଥିଲା। ଏହି ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ସଚେତନ କରାଯାଇଥିଲା ଯେ, “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ଡିଜିଟାଲ ଠକେଇକୁ ନା କୁହନ୍ତୁ।”

ଏହି ପ୍ରୟାସ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ନାଟକ ପରିବେଷଣ କରିନାହାନ୍ତି, ବରଂ ଡିଜିଟାଲ ସୁରକ୍ଷା ଓ ସାଇବର ସଚେତନତା ପ୍ରତି ନିଜର ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ପ୍ରକାଶ କରିଛନ୍ତି। ସେମାନଙ୍କର ଏହି ଉତ୍ତମ, ସୃଜନଶୀଳ ଓ ସଚେତନତାମୂଳକ ପ୍ରୟାସକୁ ଅନେକ ପ୍ରଶଂସା କରାଯାଇଛି।
📲Get App