स्थानीय
ଢେଙ୍କାନାଳରେ ସଡ଼କ ଦୁର୍ଘଟଣା: ୧୫ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ, ପ୍ରଶାସନ ନିକଟରେ ଦାବି
ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। କାମାକ୍ଷାନଗର ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କାମାକ୍ଷାନଗର -ଢେଙ୍କାନାଳ ମୁଖ୍ୟ ରାସ୍ତାର ଅଁଳାବେରେଣୀ ଓ କମଗରା ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ କୌଣସି ଅଜଣା ଗାଡ଼ି ଏହି ଗୋରୁମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସେହିପରି ଭୁବନ ଡେଙ୍ଗାବାହାଳୀ ନିକଟସ୍ଥ ଜାତୀୟ ରାଜପଥ ୫୩ ନମ୍ବର ଉପରେ ମଧ୍ୟ ଅନେକ ଗୋରୁଙ୍କ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ଦୁର୍ଘଟଣା ଘଟିବା ଏବେ ଏକ ଚିନ୍ତାର କାରଣ ପାଲଟିଛି।
ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଏବଂ ତୁରନ୍ତ ପଦକ୍ଷେପ ନେବାକୁ ଢେଙ୍କାନାଳର ଅଗ୍ରଣୀ ଅନୁଷ୍ଠାନ ମାରୁତି ସେନା ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି। ଅନ୍ୟପଟେ, ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।