🔥 TRENDING ચૂંટણી પંચમાં વોટ ચોરી અને અનિયમિતતાઓ... হলদিয়া নন্দীগ্রাম ওয়াটার মেট্রো চালু Himachal Pradesh University Teachers C... Uttarakhand Sees 798 Tonne Waste Colle... Snowfall Hits Kinnaur and Rohtang Pass... Uttarakhand NEET Admissions Scrutinize...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Health

ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା

✍️ Reporter: Deepak Mahapatra 🗓 28 Sep 2026, 12:54 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ନିଆଳି ପନିର ଅପମିଶ୍ରିତକୁ ନେଇ ରାଜ୍ୟ ସରକାର କଡ଼ା ଆକ୍ସନ ନେଇଛନ୍ତି । ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା ହୋଇଛି । ପନିର ଓ ଛେନା ଅପମିଶ୍ରଣକୁ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ।ମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ ହୋଇଥିଲା । କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ନିଆଳିରେ ୨୭୫ ଜଣଙ୍କ ନାଁରେ ଏତଲା କରାଯାଇଛି । ଗତ ୨ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।
ଏନେଇ ମୋଟ ୪୧୩ ମାମଲା ରୁଜୁ ହୋଇଛି । ୭୩୯୨ ଲିଗାଲ ସାମ୍ପୁଲ କଲେକ୍ସନ ହୋଇଛି । କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପୁଲ ସଂଗ୍ରହ ହୋଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
📲Get App