🔥 TRENDING માંગરોળ: પરમેશ હાઈસ્કૂલના આચાર્ય અને પ... सीसीएल का मनमानी મુખ્યમંત્રી ભૂપેન્દ્રભાઈ પટેલે રાજ્ય સ... પાટણમાં ૭ ઓક્ટોબરે ‘સેવા જ્યોતિ કળશ યા... Official Telugu Teaser of 'Slum Dog: 3... Times of India releases lyrical video...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଜଲାପୁଟ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

✍️ Reporter: Deepak Mahapatra 🗓 28 Sep 2026, 02:45 PM 👁 18
Share: 💬 WhatsApp 📘 Facebook 𝕏 Post
କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ । ଚାରି ଦିନ ଲଗାଣ ବର୍ଷା ଫଳରେ ଜଲାପୁଟ ଜଳଭଣ୍ଡାରର ଜଳସ୍ଥର ବିପଦ ସଂକେତକୁ ଛୁଇଁଥିଲା । ତେଣୁ ଆଜି ଦୁଇଟି ଗେଟ ଖୋଲାଯାଇଛି । ଯେଉଁଥିରେ ପ୍ରାୟ ୬ ହଜାର କ୍ୟୁଷେକ ଜଳ ନିଷ୍କାସନ ହୋଇଛି । ଜଳଭଣ୍ଡାର କ୍ଷମତା ୨୭୫୦ ରହିଥିବା ବେଳେ ୨୭୪୭. ୦୫ ଜଳସ୍ତର ଛୁଇଁଛି । ତେଣୁ ଦୁଇଟି ଗେଟ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି । ତଳିଆ ଆନ୍ଧ୍ର ଏବଂ ଓଡିଶା ସୀମାନ୍ତ ଗ୍ରାମଗୁଡିକକୁ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।
ଜଲାପୁଟ ଡ୍ୟାମ ଗେଟ ଖୋଲିବା ପରେ ତଳ ଭାଗରେ ରହିଥିବା ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ଡ଼ି.ଡ୍ୟାମରେ ଜଳସ୍ଥର ବଢ଼ୁଥିବାରୁ ୭ ଏବଂ ୬ ନମ୍ବର ଗେଟକୁ ୮ ଫୁଟ ଖୋଲାଯାଇଛି । ୮ ହଜାର କ୍ୟୁଷେକ ଜଳ ନିଷ୍କାସନ କରାଯାଇ ବାଲିମେଳା ଜଳଭଣ୍ଡାରକୁ ଛଡା ଯାଉଛି ।
📲Get App