🔥 ट्रेंडिंग भारत ने छठी पीढ़ी के लड़ाकू विमान विका... मणिपुर पुलिस ने केवाईकेएल कैडर और गांज... मणिपुर के उपमुख्यमंत्री ने स्थानीय उत्... मणिपुर में हिंसा से 60 से अधिक लोगों क... बठिंडा में युवक ने पत्नी, ससुराल और पु... गंगा के कटाव से बिहार में 1 किमी जमीन...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ମହାନଦୀରେ ଆସୁଛି ବନ୍ୟା

✍️ रिपोर्टर: Deepak Mahapatra 🗓 28 सित. 2026, 01:14 PM 👁 16
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ମହାନଦୀରେ ଆସୁଛି ଛୋଟ ବନ୍ୟା । ଶାଖା ନଦୀ କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଓ ଦୟା ନଦୀରେ ବନ୍ୟା ଆସିବ। ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ଛୋଟ ଧରଣର ବନ୍ୟା । ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ିଛି ।

ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆହୁରି କିଛି ଗେଟ୍ ଖୋଲାଯାଇପାରେ । ଆଜି ରାତିରେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ଆସନ୍ତାକାଲି ସକାଳ ୯ଟା ମଧ୍ୟରେ ଏହା ପ୍ରାୟ ୮ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଉଛି । ବନ୍ୟା ଯୋଗୁଁ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଓ ପାଟକୁରା ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ । ଏହି ସ୍ଥିତି ପ୍ରାୟ ୨୪ରୁ ୪୮ ଘଣ୍ଟା ଲାଗି ରହିବାର ଆଶଙ୍କା ରହିଛି। କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇପାରେ ।
ଅନ୍ୟପଟେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି କମୁଛି । ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ହ୍ରାସ ପାଉଛି। ଜଳକା ନଦୀରେ ଜଳସ୍ତର ସ୍ଥିର ରହିଛି ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ସ୍ଥିତି ପ୍ରାୟ ସମାନ ରହିପାରେ। ସାଳନ୍ଦୀ ନଦୀରେ ମଧ୍ୟ ଜଳବନ୍ଦୀ ସ୍ଥିତି ଲାଗିରହିଛି। ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ । ଦକ୍ଷିଣ ଓଡ଼ିଶାରେ ମଧ୍ୟ ବନ୍ୟାର ପ୍ରଭାବ ଧୀରେଧୀରେ କମିଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ।
📲Get App