🔥 TRENDING Two dead after speeding Range Rover hi... 18‑Year‑Old Rehan Mansuri Joins Gujara... કચ્છ: ગઢશીશા પોલીસે દેશી બનાવટની બંદૂક... 18-year-old launches semiconductor sta... ગૌ માતા પોસણ યોજના BJP Launches 'Mangdiyaan Maanwan' Prog...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

କଟକରେ ଅପମିଶ୍ରିତ ପନିର: ୧୧ ଜଣଙ୍କ ନାଁରେ ଏତଲା

✍️ Reporter: Deepak Mahapatra 🗓 28 Sep 2026, 02:42 PM 👁 14
Share: 💬 WhatsApp 📘 Facebook 𝕏 Post
କଟକରେ ଅପମିଶ୍ରିତ ପନିରକୁ ନେଇ ବଡ଼ ଆକ୍ସନ । ୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC । KMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । କିଛି କ୍ଷୁଦ୍ର ଚାଷୀ ଓ ଭେଣ୍ଡରଙ୍କ ନାଁରେ ମାମଲା ରୁଜୁ ହୋଇଛି । କଟକରୁ ଜବତ ୭୩ କୁଇଣ୍ଟାଲ ପନିରର ନମୁନା ରିପୋର୍ଟ ଆସିବା ପରେ ଏତଲା କରାଯାଇଛି । ମଇଦା, ଷ୍ଟାର୍ଚ୍ଚ ପାଉଡର ଓ ଡିଟରଜେଣ୍ଟ ମିଶିଥିବାର ପନିର ରିପୋର୍ଟରେ ଆସିଥିଲା । ସେହିପରି, ନିଆଳି ପନିର ଅପମିଶ୍ରିତକୁ ନେଇ ରାଜ୍ୟ ସରକାର କଡ଼ା ଆକ୍ସନ ନେଇଛନ୍ତି । ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା ହୋଇଛି । ପନିର ଓ ଛେନା ଅପମିଶ୍ରଣକୁ ନେଇ ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ ହୋଇଥିଲା । କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ନିଆଳିରେ ୨୭୫ ଜଣଙ୍କ ନାଁରେ ଏତଲା କରାଯାଇଛି । ଗତ ୨ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।ଏନେଇ ମୋଟ ୪୧୩ ମାମଲା ରୁଜୁ ହୋଇଛି । ୭୩୯୨ ଲିଗାଲ ସାମ୍ପୁଲ କଲେକ୍ସନ ହୋଇଛି । କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପୁଲ ସଂଗ୍ରହ ହୋଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
📲Get App