🔥 ट्रेंडिंग అందరి సహకారంతో ఉత్సవాలు విజయవంతం: లచ్చ... भारत ने छठी पीढ़ी के लड़ाकू विमान विका... मणिपुर पुलिस ने केवाईकेएल कैडर और गांज... मणिपुर के उपमुख्यमंत्री ने स्थानीय उत्... मणिपुर में हिंसा से 60 से अधिक लोगों क... बठिंडा में युवक ने पत्नी, ससुराल और पु...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଠିକଣାରେ ଥିଲା ୩୨ ପାର୍ସଲ, ଖୋଲିବା ପରେ ବାହାରିଲା...

✍️ रिपोर्टर: Deepak Mahapatra 🗓 28 सित. 2026, 01:05 PM 👁 18
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପ୍ରତ୍ୟେକ ଦିନ ରାଜ୍ୟରୁ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସୁଛି । ଯେତେ ଯାହା କଲେ ମଧ୍ୟରେ ଏଥିରେ ରୋକ ଲଗି ପାରୁନି। ପୁଲିସ ଓ ଅବକାରୀ ବିଭାଗକୁ ଚକ୍‌ମା ଦେବା ପାଇଁ ମାଫିଆମାନେ ପ୍ରତିଦିନ ନୂଆ ନୂଆ ଶୈଳୀରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଧରାପଡ଼ିଲେ ହିଁ ଗଞ୍ଜେଇ ଚାଲାଣ ନେଇ ସେମାନଙ୍କ ଅଭିନବ କୌଶଳ ସବୁ ସାମ୍ନାକୁ ଆସୁଛି। ପୁଲିସ ଓ ଅବକାରୀ ବିଭାଗ ନଜରରୁ ବଞ୍ଚିବା ପାଇଁ କିଏ ବସ୍‌ରେ ବସ୍ତାରେ ଗଞ୍ଜେଇ ଚାଲାଣ କରୁଛି ତ ଆଉ କେହି ଦାମୀ କାରରେ। ଆଉ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏକ କୁରିଅର ଅଫିସରୁ ଜବତ ହୋଇଛି ୪୦୦ କେଜି ଗଞ୍ଜେଇ। ଏହି ଗଞ୍ଜେଇକୁ ୩୨ରୁ ଅଧିକ ପେଟିରେ ରଖାଯାଇଥିଲା। ସେଗୁଡ଼ିକୁ ସିଲ୍‌ କରାଯାଇଥିଲା। ଯେମିତି କୁରିଅରରେ ଅଲଗା ଜିନିଷ ପଠାଯାଏ, ସେମିତି ଏହି ଗଞ୍ଜେଇକୁ ପାର୍ସଲ କରାଯାଇଥିଲା। ପାର୍ସଲ ଉପରେ ପଠାଇବା ଲୋକର ନାଁ କିମ୍ବା ଠିକଣା ନଥିଲା। କେବଳ ଯେଉଁ ସ୍ଥାନକୁ ପଠାଯାଉଥିଲା, ତା’ର ଠିକଣା ଲେଖା ହୋଇଥିଲା। ଆଉ ସେହି ଠିକଣା ପଢ଼ି ଅବକାରୀ ବିଭାଗ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ପାର୍ସଲଗୁଡ଼ିକରେ ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲା ଖୁର୍ଜା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଠିକଣା ଲେଖାଯାଇଥିଲା।
ଗଞ୍ଜେଇ ଭର୍ତ୍ତି ଏହି ପାର୍ସଲଗୁଡ଼ିକ କୁରିଅର ଅଫିସରେ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଥିଲା। ପାର୍ସଲଗୁଡ଼ିକୁ ଯାଞ୍ଚ କଲା ବେଳେ ସେଥିରୁ ଗଞ୍ଜେଇ ବାହାରି ଥିଲା।

କୁରିଅର୍ ମାଧ୍ୟମରେ ଏତେ ପରିମାଣର ଗଞ୍ଜେଇ ଚାଲାଣ ପଛରେ କିଏ ରହିଛି ? କାହିଁକି ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଠିକଣାକୁ ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଯାଇଥିଲା ? ଏଥିରେ କୁରିଅର କଂପାନୀର କୌଣସି କର୍ମଚାରୀ ସାମିଲ ଅଛନ୍ତି କି ନାହିଁ? ଏସବୁ ଦିଗରେ ଅବକାରୀ ବିଭାଗ ତଦନ୍ତ କରୁଛି। ତଦନ୍ତ ପରେ ଘଟଣା ପଛର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।
📲Get App