🔥 TRENDING जैसलमेर में सितंबर में मई-जून जैसी गर्... New Railway Line Reaches Rowghat in Ch... Chhattisgarh schools shut down today a... Chhattisgarh Schools Shut as Floods Su... Bathinda Civil Hospital launches one‑s... High‑speed car rams into vehicles in P...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ଚତୁର୍ଥ ଦିନ ବି ଗୃହ ଅଚଳ: ସର୍ବଦଳୀୟ ବୈଠକ ବିଫଳ, ଏମଏମଡିଆର ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାମୁହିଁ

✍️ Reporter: Deepak Mahapatra 🗓 26 Sep 2026, 01:30 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଏମଏମଡିଆର ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରୁନଥିବାବେଳେ ଅପରାହ୍ନରେ ଉପବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ଅନ୍ୟାନ୍ୟ ଗୃହ କାର୍ଯ୍ୟ ସମ୍ଭବପର ହୋଇପାରିନାହିଁ।ବିଧାନସଭା ମୌସୁମୀ ଅଧିବେଶନ ଆଜି କ୍ରମାଗତ ଚତୁର୍ଥ ଦିନ ବି ଗୃହ କାର୍ଯ୍ୟ ଚାଲିପାରିନାହିଁ । ଏମଏମଡିଆର ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରୁନଥିବାବେଳେ ଅପରାହ୍ନରେ ଉପବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି। ଏମଏମଡିଆର ଆକ୍ଟ ସଂଶୋଧନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ଅନ୍ୟାନ୍ୟ ଗୃହ କାର୍ଯ୍ୟ ସମ୍ଭବପର ହୋଇପାରିନାହିଁ। ଏହି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବିରୋଧୀ ଦଳ ନୂଆ ନୂଆ ଢଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି।ନଅ ଦିନିଆ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏମଏମଡିଆର ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ସହ ନାରାବାଜି କରିଥିଲେ। ପ୍ରବଳ ହଙ୍ଗାମା ଭିତରେ ପ୍ରଥମାର୍ଦ୍ଧରେ ମାତ୍ର ଚାରି ମିନିଟ୍ ଗୃହ ଚାଲିପାରିଥିଲା ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ୧୦ଟା ୩୪ ମିନିଟରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସ୍ଥିତି ସ୍ୱାଭାବିକ ନହେବାରୁ ଉପବାଚସ୍ପତି ଶ୍ରୀ ଭୋଇ ସର୍ବଦଳୀୟ ବୈଠକ ଡାକିଥିଲେ। ମାତ୍ର ଏହି ବୈଠକ ବିଫଳ ହୋଇଥିଲା ଓ ଗୃହ ବାରମ୍ବାର ମୁଲତବୀ ହୋଇଥିଲା। ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନକୁ ମିଶାଇ ମୋଟ ୭୮ ମିନିଟ୍ ଚାଲିଥିଲେ ମଧ୍ୟ ହଟ୍ଟଗୋଳ ଭିତରେ କୌଣସି କାର୍ଯ୍ୟ ସମ୍ଭବପର ହୋଇନାହି।
ଆଜି ପୂର୍ବାହ୍ନରେ ଗୃହ ମୁଲତବୀ ହେବା ପରେ କଂଗ୍ରେସ ବିଧାୟକମାନେ ଲୋୟର ପିଏମଜିରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି ଦଳର ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟପଟେ ବିଜେଡି ବିଧାୟକମାନେ ବିଧାନସଭାରୁ ଚାଲିଚାଲି ଏଜି ଛକ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମଏମଡିଆର ଆକ୍ଟ ସଂଶୋଧନ ଫଳରେ ଓଡ଼ିଶାର ଖଣି ରାଜସ୍ୱ ଏବଂ ଆର୍ôଥକ ସ୍ୱାର୍ଥ କିଭଳି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବ, ସେ ନେଇ ବିସ୍ତୃତ ତଥ୍ୟ ଥିବା ଲିଫଲେଟ୍ ସାଧାରଣ ଲୋକଙ୍କୁ ବାଣ୍ଟିଥିଲେ।


ଏପଟେ ବିଧାନସଭା ପରିସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏମଏମଡିଆର ଆକ୍ଟ ସଂଶୋଧନ ସମୟରେ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ୨୦ଜଣ ଲୋକସଭା ସାଂସଦ ନିରବ ରହି ଏହାକୁ ସମର୍ଥନ କଲେ। ଏହି ଆଇନ ରାଜ୍ୟ ରାଜସ୍ୱ ପାଇଁ କ୍ଷତିକାରକ ହୋଇଥିବାରୁ ଏହାର ପୁନଃସମୀକ୍ଷା ନିମନ୍ତେ ସରକାରଙ୍କ ଉପରେ ବିଜେଡି ଚାପ ପ୍ରୟୋଗ ଜାରି ରଖିବ। ସେହିପରି ବିଜେଡି ବିଧାୟକ ଅରୁଣ ସାହୁ ଓ ପ୍ରମିଳା ମଲ୍ଲିକ ମଧ୍ୟ ରାଜ୍ୟ ସରକାର ଗୃହରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବାକୁ ଭୟ କରୁଛନ୍ତି ଓ ଏହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।
📲Get App