🔥 TRENDING जैसलमेर में सितंबर में मई-जून जैसी गर्... New Railway Line Reaches Rowghat in Ch... Chhattisgarh schools shut down today a... Chhattisgarh Schools Shut as Floods Su... Bathinda Civil Hospital launches one‑s... High‑speed car rams into vehicles in P...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
Health

ନିଆଳି ପନିର ଅପମିଶ୍ରଣ; ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ

✍️ Reporter: Deepak Mahapatra 🗓 26 Sep 2026, 01:28 PM 👁 13
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ନିଆଳି ପନିର ଅପମିଶ୍ରଣ ଘଟଣାର ରିପୋର୍ଟ ହରିୟାଣା ଲ୍ୟାବରୁ ଆସିବା ପରେ ସରକାରଙ୍କ ବଡ଼ ଆକ୍ସନ । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ନିର୍ଦ୍ଦେଶ ଦେଲେ ସରକାର । ସେ ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷା ଅଧିକାରୀ ଭାବରେ ଦାୟିତ୍ୱରେ ଥିଲେ । ନିଜ ଦାୟିତ୍ୱରେ ଅବହେଳା ପାଇଁ ସରକାର ତାଙ୍କର ବଦଳି ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ଲ୍ୟାବ୍‌ରୁ ରିପୋର୍ଟ ମିଳିବା ପରେ ଜଣାପଡ଼ିଲା ନିଆଳି ପନିରର ସତ । କଟକ ନିଆଳି ପନିର୍‌ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ । ପ୍ରାଥମିକ ରିପୋର୍ଟରୁ ନିଆଳି ପନିର ଅପମିଶ୍ରିତ ନେଇ ସ୍ପଷ୍ଟ କରିଛନ୍ତି କଟକ ମହାନଗର ନିଗମ (KMC) ସ୍ୱାସ୍ଥ୍ୟ ଅଧିକାରୀ।
ଜବତ ୭୩ କ୍ୱିଣ୍ଟାଲ ପନିରର ନମୁନା ଟେଷ୍ଟ ପାଇଁ ହରିୟାଣା ପଠାଯାଇଥିଲା। ସେଠାରୁ ରିପୋର୍ଟ ଆସିଛି । ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି । ପ୍ରାଥମିକ ତଦନ୍ତରୁ ନିଆଳି ପନିରରେ ବିପୁଳ ମଇଦା, ଡିଟରଜେଣ୍ଟ ମିଶିଥିବା ପ୍ରମାଣ ହୋଇଛି। ପନିରକୁ ସଫ୍ଟ କରିବା ପାଇଁ ମିଶୁଥିଲା ଡିଟରଜେଣ୍ଟ। ତେବେ ଅନ୍ୟ ପନିରର ନମୁନା ରିପୋର୍ଟ ଆସିଲେ, ସେଗୁଡ଼ିକର ମାନ ସଂପର୍କରେ ଜଣାପଡ଼ିବ ବୋଲି କହିଛନ୍ତି KMC ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।ସେ କହିଛନ୍ତି,କଟକରୁ ଯେଉଁ ୭୩ କ୍ୱିଣ୍ଟାଲ ପନିର ଜବତ କରାଯାଇଥିଲା, ତା’ର ଲ୍ୟାବ୍ ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି। ସେଥିରୁ ଯାହା ଜଣାପଡ଼ିଛି, ସେହି ପନିର ଅପମିଶ୍ରିତ ଥିଲା। ସେଥିରେ ମଇଦା ଓ ଡିଟରଜେଣ୍ଟ ଭଳି ଜିନିଷ ମିଶାଯାଇଥିଲା। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସହିତ ଆଲୋଚନା କରୁଛନ୍ତି ଖାଦ୍ୟ ସୁରକ୍ଷା କମିଶନର।

KMC ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି଼ ଯେ ଏହି ପନିର ମାନ ଯାଞ୍ଚ ପାଇଁ ହରିୟାଣାର ଏକ ଲ୍ୟାବ୍‌କୁ ପଠାଯାଇଥିଲା। ସେଥିରେ ମଇଦା ଓ ଡିଟରଜେଣ୍ଟ ମିଶିଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଆଉ କ’ଣ ମିଶିଛି, ତାହା ଆଗକୁ ଜଣାପଡ଼ିବ। ମଇଦା ଖାଇ ହେବ। ଦୀର୍ଘ ଦିନ ଧରି ମଇଦା ଖାଇଲା, ତାହା କ୍ଷତିକାରକ। କିନ୍ତୁ ଡିଟରଜେଣ୍ଟ ଖାଇଲେ କ’ଣ ହେବ, ତାହା ଜାଣିପାରୁଛନ୍ତି ତ। ପନିରକୁ ସଫ୍ଟ କରିବା ପାଇଁ ସେଥିରେ ଡିଟରଜେଣ୍ଟ ମିଶାଉଛନ୍ତି। ଯେତେ ଛେନା ପରୀକ୍ଷା ପାଇଁ ପଠାଯାଇଥିଲା, ସେ ସବୁ ନିଆଳିର ଥିଲା। କିନ୍ତୁ ଏହା ଭାବିବାନି ଯେ ନିଆଳିର ପନିର ଖରାପ ଓ ଅନ୍ୟ ପନିର ସବୁ ଭଲ। ଅନ୍ୟ ପନିରର ଯାଞ୍ଚ ରିପୋର୍ଟ ଆସିଲେ, ସେଗୁଡ଼ିକର ମାନ ସଂପର୍କରେ ଜଣାପଡ଼ିବ।
📲Get App