🔥 TRENDING Jammu and Kashmir Issued Rs 3.84 Cr In... Jammu and Kashmir Assembly Passes Bill... Indore Master Plan Draft Proposes Gree... IMD Forecasts Thunderstorms Across Nor... Heavy Rain in Uttar Pradesh Forces Clo... Surat Woman’s Viral 'Please Help' Vide...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଗଜପତିରେ ବିପର୍ଯ୍ୟୟ ସମୀକ୍ଷା କଲେ ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ

✍️ Reporter: Deepak Mahapatra 🗓 26 Sep 2026, 03:14 PM 👁 36
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗଜପତି : ପ୍ରବଳ ବର୍ଷା ଜନିତ ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ । ଗସ୍ତ ସମୟରେ ସେ ମୋହନା, ଆର୍.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବର୍ଷା ଜନିତ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଅବସରରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା, ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ସ୍ଥାନାନ୍ତରଣ ସହ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ଗଭୀର ଅବପାତର ବର୍ଷା ହେବା ଯୋଗୁ ଜିଲ୍ଲାରେ ୭,୬୫୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା ସେଥି ମଧ୍ୟରୁ ୮୬ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳରେ ପାନୀୟ ଜଳ, ଖାଦ୍ୟ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଥିବା ସମ୍ପର୍କରେ ସେ ଅଧିକାରୀମାନଙ୍କ ଠାରୁ ସୂଚନା ନେଇଥିଲେ।
ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନ୍ନାଗା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
📲Get App