🔥 TRENDING Jammu and Kashmir Issued Rs 3.84 Cr In... Jammu and Kashmir Assembly Passes Bill... Indore Master Plan Draft Proposes Gree... IMD Forecasts Thunderstorms Across Nor... Heavy Rain in Uttar Pradesh Forces Clo... Surat Woman’s Viral 'Please Help' Vide...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ନବରଙ୍ଗପୁରରେ ୮ ବ୍ଳକର ୨୯ ପଞ୍ଚାୟତ ପ୍ରଭାବିତ

✍️ Reporter: Deepak Mahapatra 🗓 26 Sep 2026, 03:12 PM 👁 36
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ନବରଙ୍ଗପୁର: ଲଗାଣବର୍ଷାରେ ନବରଙ୍ଗପୁର ଜିଲ୍ଲାର ୮ଟି ବ୍ଳକର ୨୯ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ୭୧ଟି ଗାଁର ୧୮ ହଜାର ୮୧୮ ପ୍ରଭାବିତ ହୋଇଛନ୍ତି । ୬ ହଜାର ୩୮୫ ଜଣଙ୍କୁ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ୧୨୪୦ ବିଭିନ୍ନ ଅଞ୍ଚଳରେ ଫସି ରହିଥିଲେ। ସେଭଳି ମୋଟ ୧୩୭ଟି ଘର ଭାଙ୍ଗିଛି । ସ୍ଥାନୀୟ ସର୍କିଟହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜସ୍ଵ ଅତିରିକ୍ତ ସଚିବ ଅମୀୟ ସାହୁ ଏଭଳି ସୂଚନା ଦେଇଛନ୍ତି।

ଅତିରିକ୍ତ ସଚିବଙ୍କ ସୂଚନା ଆଧାରରେ ଜିଲ୍ଲାରେ ୭ଟି ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି । ୨ଦିନ ପରେ ଜଳସ୍ତର କମିଲେ ପରିସ୍ଥିତି ସ୍ୱାଭାବିକ ହେବ। ଇନ୍ଦ୍ରାବତୀ ଜଳଭଣ୍ଡାରରୁ ୫ଦିନ ଧରି ଗୋଟିଏ ଫାଟକରୁ ଜଳ ନିଷ୍କାସନ କରାଯାଉଥିଲା। ଗୁରୁବାର ରାତିରେ ହଠାତ୍ ଅଧିକ ଫାଟକ ଖୋଲାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ତଳସ୍ତର କର୍ମଚାରୀଙ୍କ ଠାରୁ ଜିଲ୍ଲାସ୍ତରୀୟ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ରହି ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଜିଲ୍ଲାପ୍ରଶାସନ ସଂପୂର୍ଣ ଭାବେ ସଜାଗ ଥିବା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ, ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସୁ, ଏସଡିପିଆରଓ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
📲Get App