🔥 TRENDING सड़क पर भैंसों के कारण यातायात बाधित Delhi Government Invokes ESMA to Ban B... India cautions US on growing closeness... Mamata Banerjee heads to Delhi for IND... India's LoL team, captained by Akshaj... CISF Camp Shooting Raises Tension Conc...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଲଗାଣ ବର୍ଷାରେ ମୟୂରଭଞ୍ଜରେ ୨୦ ବ୍ଲକ ପ୍ରଭାବିତ

✍️ Reporter: Deepak Mahapatra 🗓 26 Sep 2026, 03:12 PM 👁 35
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଗଭୀର ଅବପାତ ଜନିତ ବର୍ଷା ପରେ ଏବେ ପୁଣି ଥରେ ବନ୍ୟା ଆଶଙ୍କା ଦେଖା ଦେଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ବନ୍ୟା ଆଶଙ୍କାରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ମାଲକାନଗିରିଠାରୁ ଆରମ୍ଭ କରି ମୟୁରଭଞ୍ଜ ଯାଏ ଅନେକ ଜଳମଗ୍ନ ହୋଇ ରହିଛି । ମୟୂରଭଞ୍ଜରେ ପ୍ରାୟ ୨୦ଟି ବ୍ଲକ ପ୍ରଭାବିତ ହୋଇଛି ।

ସୂଚନା ଅନୁସାରେ ଜିଲ୍ଲାର ୨୦ଟି ବ୍ଲକ, ଗୋଟିଏ ପୌରପାଳିକା ଓ ଗୋଟିଏ ଏନ୍‌ଏସି ବନ୍ୟାରେ ପ୍ରଭାବିତ । ବେତନଟୀ-ବଡ଼ସାହି ସମେତ ବିଭିନ୍ନ ଅଞ୍ଚଳର ଗାଁ ଏବେବି ଜଳମଗ୍ନ । ବନ୍ୟା ଯୋଗୁଁ ବେତନଟୀ ବ୍ଲକର ପାଟଳୀପୁରା, କଳମା ଏବଂ ବଡ଼ସାହି ବ୍ଲକର ଶାଳଗାଁ, ମାନଗୋବିନ୍ଦପୁର, ଚନ୍ଦନପୁର, ଦୁର୍ଗାପୁର, କେନ୍ଦୁଡ଼ିହ ଓ ବଳଭଦ୍ରପୁର ଭଳି ଅନେକ ଗାଁ ଜଳମଗ୍ନ ହୋଇଛି। ବୁଢାବଳଙ୍ଗ ନଦୀ ନାଖରା ପୋଲ ଉପରେ ୨-୩ ଫୁଟ୍ ପାଣି ଚାଲୁଥିବା ବେଳେ ବେତନଟୀ-ବଡ଼ସାହି, ମାଣତ୍ରୀ-ବୈଶିଙ୍ଗା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି ।

ସେହିପରି ବର୍ଷା ଓ ବନ୍ୟା ପାଇଁ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ଜୋରଦାର କରାଯାଇଛି । ଜିଲ୍ଲାରେ ୩ଟି ଓଡ୍ରାଫ୍ ଓ ୧୮ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି । ୧୦,୩୭୩ ଜଣଙ୍କୁ ପ୍ରଭାବିତଙ୍କ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୮୯ ରିଲିଫ୍ କ୍ୟାମ୍ପ ଓ ୭୨ ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି ।

ଜିଲ୍ଲାରେ ଆଜି ପାଇଁ ୭ଟି ବ୍ଲକର ସମସ୍ତ ସ୍କୁଲ ବନ୍ଦ ରହିଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟା ପରିସ୍ଥିତିକୁ ନଜରରେ ରଖି ଆଜି ଠାକୁରମୁଣ୍ଡା, କପ୍ତିପଦା, ଉଦଳା, ଗୋପବନ୍ଧୁନଗର, ଖୁଣ୍ଟା, ବଡ଼ସାହି ଓ ବେତନଟୀ ବ୍ଲକର ୧ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଛି।

ସେପଟେ ବାରିପଦା ସହରର ବିଭିନ୍ନ ୱାର୍ଡରୁ ବନ୍ୟା ପାଣି ଛାଡ଼ିବା ପରେ ଲୋକେ ଧୀରେ ଧୀରେ ସ୍ୱାଭାବିକ ଜୀବନକୁ ଫେରୁଛନ୍ତି । ଉଦଳା, କପ୍ତିପଦା, ବାଙ୍ଗିରିପୋଷି ଓ ସାରସକଣା ଅଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରିଥିବା ବେଳେ କଟ୍‌ଅଫ୍ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଛି ।
📲Get App