अपराध
ଓଡ଼ିଶା ଡିଜିପି ବିବାଦ: ସୁପ୍ରିମକୋର୍ଟ କ୍ଷୁବ୍ଧ, କହିଲେ ଘୋଡ଼ା ଆଗରେ ଗାଡ଼ି ଯୋଚିବା ଭଳି କାମ କରୁଛନ୍ତି କି ? ମଙ୍ଗଳବାର ପରବର୍ତ୍ତୀ ଶୁଣାଣି
'ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ରୋକିବା ମାତ୍ରାଧିକ ପଦକ୍ଷେପ। ଆପଣ କ'ଣ ତାଙ୍କୁ ଅଭିଯୁକ୍ତ ଶ୍ରେଣୀରେ ଛିଡ଼ା କରାଇ ଦେଉଛନ୍ତି? କେବଳ ତଦନ୍ତ ଚାଲିଛି ବୋଲି କହି ଯଦି ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ରୋକାଯାଏ, ତେବେ ଏହା ଘୋଡ଼ା ଆଗରେ ଗାଡ଼ି ଯୋଚିବା ଭଳି କାମ ହେବ ବୋଲି ଜଷ୍ଟିସ ବାଗଚୀ ସ୍ପଷ୍ଟ କରିଥିଲେ।ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଚୟନ ପ୍ରକ୍ରିୟା, ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ ନାଥଙ୍କ 'ଇଣ୍ଟିଗ୍ରିଟି ସାର୍ଟିଫିକେଟ୍' ପ୍ରତ୍ୟାହାର ଓ ଅସ୍ଥାୟୀ ଏକ୍ସ-କ୍ୟାଡ଼ର ଡିଜି ପଦବୀ ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେବଳ ସିବିଆଇର ପଚରାଉଚୁରା ସମ୍ଭାବନାକୁ ଆଧାର କରି ଜଣେ ଅଫିସରଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ରୋକିବା ଅର୍ଥ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଆଗୁଆ ଅଭିଯୁକ୍ତ କରିବା ଭଳି ବୋଲି ସୁପ୍ରିମକୋର୍ଟ କହିବା ସହ ଘୋଡ଼ା ଆଗରେ ଗାଡ଼ି ଯୋଚିବା ସଦୃଶ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି।ଏହାସହିତ ସରକାରଙ୍କ ଏକ୍ସକ୍ୟାଡ଼ର ଡିଜିପି ପଦବୀ ସୃଷ୍ଟି ଓ ପଦୋନ୍ନତି ସମ୍ପର୍କିତ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବାରୁ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରି ଉତ୍ତର ରଖିବେ ବୋଲି କହି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସମୟ ଲୋଡ଼ିଥିଲେ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି।
ସୁପ୍ରିମକୋର୍ଟର( Supreme Court) ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ତିନିଜଣିଆ ଖଣ୍ଡପୀଠ ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଓଡ଼ିଶା ପୁଲିସ ଡିଜିପି ନିଯୁକ୍ତିରେ ପ୍ରକାଶ ସିଂ ପୁଲିସ ସଂସ୍କାର ମାମଲାର ଉଲ୍ଲଘଂନ ମାମଲାର ଶୁଣାଣି କରିଥିଲେ। ଗୁରୁବାର ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇ କହିଥିଲେ ଯେ, ପୂର୍ବତନ ଡିଜିପି ଅବସର ନେବାର ୬ ମାସ ପୂର୍ବରୁ ଅର୍ଥାତ୍ ୨୦୨୬ ମଇ ମାସରେ ହିଁ ରାଜ୍ୟ ସରକାର ପୁଲିସ ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଚୟନ କେବଳ ବରିଷ୍ଠତା ଉପରେ ନୁହେଁ, ବରଂ ମେରିଟ୍ ଆଧାରରେ କରାଯାଇଥାଏ। ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶା ଛୋଟ ରାଜ୍ୟ ହୋଇଥିବାରୁ ମଞ୍ଜୁରୀପ୍ରାପ୍ତ ଅଫିସରଙ୍କ ସଂଖ୍ୟା କମ୍। କାଳେ ୟୁପିଏସସି ପ୍ରଥମ ତିନି ଜଣଙ୍କ ମଧ୍ୟରୁ କାହାକୁ ଉପଯୁକ୍ତ ନପାଇବେ, ସେଥିପାଇଁ ବିକଳ୍ପ ସୁନିଶ୍ଚିତ କରିବା ଲାଗି ଲେଭଲ-୧୬ର ତିନି ଜଣ ଓ ଲେଭଲ-୧୫ରୁ ଅନ୍ୟ ୮ଜଣଙ୍କୁ ମିଶାଇ ମୋଟ ୧୧ ଜଣ ଅଫିସରଙ୍କ ତାଲିକା ପଠାଯାଇଥିଲା। ମଇ ୧୪ ତାରିଖରେ ପଠାଯାଇଥିବା ପ୍ରସ୍ତାବରେ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଥିବା ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ ଓ ସେବା ରେକର୍ଡ ଭିତ୍ତରେ ସମସ୍ତ ଅଫିସରଙ୍କ ସାଧୁତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ତେବେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଅଗଷ୍ଟ ୪ ତାରିଖରେ ଓପିଆରବିର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ପଡ଼ିପାରେ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ରାଜ୍ୟ ସରକାର ଏହି ତଥ୍ୟକୁ ୟୁପିଏସସିକୁ ଅବଗତ କରାଇବା ପରେ, ୟୁପିଏସସିର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୩ ତାରିଖର ବୈଠକ ପୂର୍ବରୁ ସତର୍କତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଶ୍ରୀନାଥଙ୍କ ଇଣ୍ଟିଗ୍ରିଟି ସାଟିଁଫିକେଟକୁ ଅଟକାଇ ଅନ୍ୟ ୧୦ଜଣ ଅଫିସରଙ୍କ ସଂଶୋଧିତ ତାଲିକା ଦିଆଯାଇଥିଲା ବୋଲି ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା ଯୁକ୍ତି ରଖିଥିଲେ।
ତେବେ ସଲିସିଟର ଜେନେରାଲଙ୍କ ଏହି ଯୁକ୍ତି ଶୁଣାଣି ପରେ ଜଷ୍ଟିସ ଜୟମାଲ୍ୟ ବାଗଚୀ ଅତ୍ୟନ୍ତ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରି କହିଥିଲେ ଯେ,'ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ରୋକିବା ମାତ୍ରାଧିକ ପଦକ୍ଷେପ। ଆପଣ କ'ଣ ତାଙ୍କୁ ଅଭିଯୁକ୍ତଙ୍କ ଶ୍ରେଣୀରେ ଛିଡ଼ା କରାଇ ଦେଉଛନ୍ତି କି? ସରକାରଙ୍କ ଏହି ଆଚରଣ ଉଦ୍ଦେଶ୍ୟପ୍ରଣୋଦିତ କି ନୁହେଁ, ଆମେ ସେ କଥା କହୁନାହୁଁ । ଯଦି ଏହା କୁହାଯାଏ ଯେ କେବଳ ଗୋଟିଏ ମାମଲା ବିଚାରାଧୀନ ଥିବା କାରଣରୁ ହିଁ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ରୋକାଯାଇ ପାରିବ, ତେବେ ଏହା ଆମକୁ ଏପରି ଏକ ନିଷ୍କର୍ଷ ଆଡ଼କୁ ନେଇଯିବ ଯାହା ଘୋଡ଼ା ଆଗରେ ଗାଡ଼ି ଯୋଚିବା ଭଳି କାମ ହେବ ।
ଜଷ୍ଟିସ ବାଗଚୀ ଏକ ଉଦାହରଣ ଦେଇ କହିଥିଲେ ଯେ ଯଦି କୌଣସି ନ୍ୟାୟାଳୟର ମାଲଖାନା ବା ରେକର୍ଡ ରୁମରେ ହେରଫେର ହୁଏ ଓ ଏଫଆଇଆର ପଞ୍ଜିକୃତ ହୁଏ, ତେବେ ସେଠାକାର ଜିଲ୍ଲା ଜଜଙ୍କୁ ପଚରାଉଚରା କରାଯାଇପାରେ। କିନ୍ତୁ କେବଳ ଏହି କାରଣରୁ ଜିଲ୍ଲା ଜଜଙ୍କ ବାର୍ଷିକ ସର୍ଭିସ ରେକର୍ଡରେ ପ୍ରତିକୂଳ ମନ୍ତବ୍ୟ ଦିଆଯିବ କି? ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ରୋକି ଦିଆଯିବ କି? ଏହି କଥା ହିଁ ଏବେ ଆମ ମନରେ ଉଙ୍କି ମାରୁଛି।
ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅଫିସରଙ୍କ ଉପରେ ଏକ କଳଙ୍କ ଲାଗିଯାଏ। ତଦନ୍ତ ଏକ ନିରପେକ୍ଷ ତଥ୍ୟ ଅନୁସନ୍ଧାନ ମାତ୍ର, ଏହା କାହା ପ୍ରତି ପ୍ରତିଶୋଧ ନୁହେଁ। ଅପରାଧିକ ତଦନ୍ତ ସହିତ ଇଣ୍ଟିଗ୍ରିଟି ସାର୍ଟିଫିକେଟର କୌଣସି ସମ୍ପର୍କ ନାହିଁ ଓ କେବଳ ସିବିଆଇର ପତ୍ର ଆଧାରରେ ଏହି ସାର୍ଟିଫିକେଟ୍ ରୋକିବା କେତେଦୂର ଯଥାର୍ଥ ତାହା କୋର୍ଟ ପରୀକ୍ଷା କରିବେ ବୋଲି ଜଷ୍ଟିସ ବାଗଚୀ ସ୍ପଷ୍ଟ କରିଥିଲେ।
ସେହିପରି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏକ୍ସ-କ୍ୟାଡ଼ର ଡିଜି ପଦବୀ ଓ ପଦୋନ୍ନତି ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ, କ୍ୟାଡ଼ର ପଦବୀ ବିରୋଧରେ କୌଣସି ସ୍ୱତଃସ୍ପୃତ ପଦୋନ୍ନତି ହୋଇପାରିବ ନାହିଁ, ଏଥିପାଇଁ ବିଧିବଦ୍ଧ ଚୟନ ପ୍ରକ୍ରିୟା ଆବଶ୍ୟକ। ଐତିହାସିକ ରୋୟାପ୍ପା ମାମଲା ଓ ହାଇକୋର୍ଟ ବିଚାରପତିଙ୍କ ସ୍ଥାୟୀ ଓ ଅତିରିକ୍ତ ପଦବୀ ବ୍ୟବସ୍ଥାର ଉଦାହରଣ ଦେଇ ଜଷ୍ଟିସ ସୂର୍ଯ୍ୟକାନ୍ତ ରାଜ୍ୟରେ ଏକ୍ସ କ୍ୟାଡ଼ରରୁ କ୍ୟାଡ଼ରକୁ ଯିବା କିମ୍ବା ଲେଭଲ-୧୫ରୁ ଲେଭଲ-୧୬କୁ ପଦୋନ୍ନତି ଦେବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ରହିଛି କି ବୋଲି ପ୍ରଶ୍ନ କରିଥିଲେ।
କ୍ୟାଡ଼ର ପଦବୀ ହିଁ ମୂଳ ପଦବୀ ଓ ଏକ୍ସକ୍ୟାଡ଼ର ଅଫିସରଙ୍କୁ ପ୍ରଥମେ କ୍ୟାଡ଼ର ପଦବୀକୁ ସ୍ଥାନାନ୍ତର କରାଯିବା ପରେ ହିଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇପାରିବ। ଏହି ବୈଧାନିକ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ ବୋଲି ପ୍ରଧାନ ବିଚାରପତି ଜାଣିବାକୁ ଚାହିଁଥିଲେ। ତେବେ ସଲିସିଟର ଜେନେରାଲ ଏନେଇ ସ୍ପଷ୍ଟ ଉତ୍ତର ଦେଇନପାରି ମୁଖ୍ୟ ସଚିବଙ୍କ ସହ ଆଲୋଚନା କରି ଉତ୍ତର ରଖିବେ ବୋଲି କହି କୋର୍ଟଙ୍କ ସମୟ ଲୋଡ଼ିଥିଲେ।
ଖଣ୍ଡପୀଠ ମଧ୍ୟ ଏହି ମାମଲାରେ ୟୁପିଏସସିର ଓକିଲଙ୍କ ପକ୍ଷ ଶୁଣିବାକୁ ଚାହିଁଥିଲେ। ୟୁପିଏସସି ଓକିଲ ମଧ୍ୟ ନିୟମାବଳୀର ଧାରା-୨(ସି) ଉଲ୍ଲେଖ କରି ଡିଜିପି ପଦବୀର ଶୂନ୍ୟସ୍ଥାନ ସୃଷ୍ଟି ହେବା ତାରିଖରେ ହିଁ ଅଫିସର ଲେଭଲ-୧୬ରେ ଥିବା ବାଧ୍ୟତାମୂଳକ ବୋଲି କହିଥିଲେ।
ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି. ଚିଦାମ୍ବରମ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଜି ପୁଣିଥରେ ସିଧାସଳଖ ଆକ୍ରମଣ କରିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, ଶୂନ୍ୟସ୍ଥାନ ସୃଷ୍ଟି ହେବା ତାରିଖ ସୁଦ୍ଧା ଅଧିକାରୀ ଲେଭଲ-୧୬ରେ ଡିଜିପି ପଦ(Police DG)ରେ ରହିବା ବାଧ୍ୟତାମୂଳକ। ସେହି ତାରିଖରେ ସୁଶାନ୍ତ ନାଥଙ୍କ ସମେତ ତିନି ଜଣ ଅଧିକାରୀ ଲେଭଲ-୧୬ରେ ସମ୍ପୂର୍ଣ୍ଣ ଯୋଗ୍ୟ ଥିଲେ, ତେଣୁ ନିୟମ ଅନୁସାରେ ଅନ୍ୟମାନେ ସେହି ତାଲିକାକୁ ଯିବାର ପ୍ରଶ୍ନ ହିଁ ଉଠୁନଥିଲା। ସଞ୍ଜିବ ପଣ୍ଡା ସେହି ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଲେଭଲ-୧୬ ପଦବୀ ଧାରଣ କରିନଥିଲେ। କିନ୍ତୁ ସରକାର ନିୟମକୁ ବାଏପାସ୍ କରି ଅନ୍ୟମାନଙ୍କୁ ତୁରନ୍ତ ଫାଇଦା ପହଂଚାଇବା ଉଦ୍ଦେଶ୍ୟରେ ହଠାତ୍ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡ଼ର ପଦବୀ ସୃଷ୍ଟି କଲେ ଓ 'ତୁରନ୍ତ କାର୍ଯ୍ୟକାରୀ' ହେବା ଭଳି ସେମାନଙ୍କୁ ପଦୋନ୍ନତି ଦେଇଦେଲେ। ଯାହାକି ଆଇପିଏସ ପେ-ରୁଲ୍ସର ସମ୍ପୂର୍ଣ୍ଣ ଖୋଲା ଉଲ୍ଲଂଘନ। ଶ୍ରୀ ଚିଦାମ୍ବରମ୍ ବିଭିନ୍ନ ଆଇନର ଉଲ୍ଲଘଂନ କିଭଳି ହୋଇଛି ତା’ର ତଥ୍ୟ ରଖିଥଲେ।
ସେହିପରି ସୁଶାନ୍ତ ନାଥଙ୍କ ପକ୍ଷରୁ ବରିଷ୍ଠ ଓକିଲ କରୁଣା ନନ୍ଦୀ ଦୃଢ଼ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ, ଓପିଆରବି ମାମଲାରେ ଓଡ଼ିଶା ପୁଲିସ, କ୍ରାଇମବ୍ରାଂଚ ଓ ସିବିଆଇ କେହି ମଧ୍ୟ ନିଜ ଏଫଆଇଆରରେ ସୁଶାନ୍ତ ନାଥଙ୍କ ନାଁ ସାମିଲ କରିନାହାନ୍ତି। ଏପରିକି ବର୍ଷେ ଧରି ଚାଲିଥିବା ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ପ୍ରଶ୍ନପତ୍ର ଲିକର ପ୍ରମାଣ ମିଳିନାହିଁ କିମ୍ବା ସିବିଆଇର ପ୍ରାଥମିକ ଚାର୍ଜସିଟରେ ମଧ୍ୟ ସୁଶାନ୍ତ ନାଥଙ୍କ ନାଁ ନାହିଁ ଏବଂ ସେ ଆଦୌ ଅଭିଯୁକ୍ତ ନୁହନ୍ତି। ଶ୍ରୀ ନାଥ ୩୨ବର୍ଷର ଚାକିରି କାଳର ସେବା ରେକର୍ଡ ସର୍ବଦା ଉତ୍କୃଷ୍ଟ ରହିଛି ଓ ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। କେବଳ ସିବିଆଇ ପଚରାଉଚରା କରିପାରେ ବୋଲି ଲେଖିଦେବା ମାତ୍ରେ ତାଙ୍କ ସାଧୁତା ଉପରେ ପ୍ରଶ୍ନ ଉଠାଯାଇ ପାରିବ ନାହିଁ। ରାଜ୍ୟ ସରକାର ଥରେ ପ୍ରଦାନ କରିଥିବା ଇଣ୍ଟିଗ୍ରିଟି ସାର୍ଟଫିକେଟକୁ ଏଭଳି ବେଆଇନ ଭାବେ ପ୍ରତ୍ୟାହାର କରିପାରିବେ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ଜଷ୍ଟିସ ବାଗଚୀ ସ୍ପଷ୍ଟ କରିଥିଲେ ଯେ, ଇଣ୍ଟିଗ୍ରିଟି ସାର୍ଟଫିକେଟ ସହିତ ସମ୍ପୃକ୍ତ କେସ୍ ରେକର୍ଡ ୟୁପିଏସସି ନିକଟରେ ଉପସ୍ଥାପନ କରାଯିବା ଆବଶ୍ୟକ କି ନାହିଁ ଓ ଥରେ ଦିଆଯାଇଥିବା ପ୍ରମାଣପତ୍ର ପ୍ରତ୍ୟାହାର କରାଯାଇ ପାରିବ କି ନାହିଁ, ସେହି ଉଭୟ ପ୍ରସଙ୍ଗ ଉପରେ କୋର୍ଟ ବିଚାର କରିବେ। ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଦିନଧାର୍ଯ୍ୟ ହୋଇଛି।
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା ଗତକାଲି ଓଡ଼ିଶା ଏଜି ପୀତାମ୍ବର ଆଚାର୍ଯ୍ୟ ଦେଇଥିବା ମନ୍ତବ୍ୟ ପାଇଁ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନଙ୍କ ନିକଟରେ ଦୁଃଖପ୍ରକାଶ କରିଥିଲେ । ଶ୍ରୀ ରାମଚନ୍ଦ୍ରନ ଜଣେ ଅତ୍ୟନ୍ତ ସମ୍ମାନନୀୟ ତଥା ଦାୟିତ୍ୱସମ୍ପନ୍ନ ଓକିଲ ଓ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରହିଛି ବୋଲି ଶ୍ରୀ ମେହେଟ୍ଟା କହିଥିଲେ । ଏହି ଘଟଣାରେ ସଲିସିଟର ଜେନେରାଲଙ୍କ କୌଣସି ସମ୍ପୃକ୍ତି ନଥାଇ ମଧ୍ୟ ସେ ଯେଉଁଭଳି ଆଗେଇ ଆସିଲେ,ସେଥିପାଇଁ ଶ୍ରୀ ରାମଚନ୍ଦ୍ରନ ତାଙ୍କର ପ୍ରଶଂସା କରିଥିଲେ ।