🔥 TRENDING ભરૂચમાં ગણેશ વિસર્જન માટે કૃત્રિમ જળકુ... Bihar CM Samrat Choudhary Faces Backla... Brother and Sister Vanish in Sirhind C... Masked Bikers Rob Woman Near Ludhiana... Arjun Ram Meghwal Joins Amritsar's Dru... BJP’s Anusuya Goswami Wins Kota Mayor...
25 Sep 2026•
ગુજરાતી मराठी ਪੰਜਾਬੀ বাংলা
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ; ଚାଷୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଥିଲେ
Crime

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ; ଚାଷୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଥିଲେ

✍️ Reporter: Deepak Mahapatra 🗓 25 Sep 2026, 12:34 PM 👁 9
Share: 💬 WhatsApp 📘 Facebook 𝕏 Post
କ ଲାଞ୍ଚ ମାମଲାରେ ବରଗଡ଼ ଜିଲ୍ଲା ଭଟଲୀ ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ତଥା ବର୍ତ୍ତମାନ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେଭନ୍ୟୁ ସେକ୍ସନରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ଗୋବର୍ଦ୍ଧନ ମେହେରଙ୍କୁ ୪ ବର୍ଷ ସଶ୍ରମ କାରାଦାଣ୍ଡାଦେଶ ହୋଇଛି। ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଏହି ଦଣ୍ଡାଦେଶ ଦେବା ସହିତ ଜୋରିମାନା ପକାଇଛନ୍ତି। କୋର୍ଟଙ୍କ ଏହି ରାୟ ଆସିବା ପରେ ଗୋବର୍ଦ୍ଧନ ମେହେରଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଥିବା ଯୋଗୁ ଶ୍ରୀ ମେହେରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଶ୍ରୀ ମେହେର ଜଣେ ଚାଷୀଙ୍କ ନିକଟରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ମରୁଡ଼ି କ୍ଷତିପୂରଣ ବାବଦକୁ ଆସିଥିବା ଚେକ୍ ପ୍ରଦାନ କରିବା ପାଇଁ ସେ ଉକ୍ତ ଚାଷୀଙ୍କଠାରୁ ଏହି ଲାଞ୍ଚ ନେଇଥିଲେ। ଭିଜିଲାନ୍ସର ସମ୍ବଲପୁର ଡିଭିଜନର ପୂର୍ବତନ ଇନ୍ସପେକ୍ଟର ପୁନିତା ପ୍ରଭା ବାଗେ ଏହି ମାମଲାର ତଦନ୍ତ କରିଥିବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଗୌରମୋହନ ଦାଶ ଓ ରବି ନାରାୟଣ ଭୋଇ କୋର୍ଟରେ ମାମଲାର ପରିଚାଳନା କରିଥିଲେ।
📲Get App