🔥 ट्रेंडिंग ఆదిలాబాద్:52 అడుగుల మహా వినాయకుడి నిమజ... केएए पीजीसीईटी 2026 के अंतिम सीट आवंटन... कर्नाटक के मुख्यमंत्री ने बेंगलुरु के... पीएम मोदी पहुंचे मयूरपुर, मुख्यमंत्री... जैपुर 2026 रियल एस्टेट: 8 प्रमुख परियो... यूट्यूब वीडियो में 25 सितंबर 2026 को र...
25 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ସତର୍କ ସଙ୍କେତ ଉପରେ ବୁଢ଼ା ବଳଙ୍ଗ ନଦୀର ବନ୍ୟା ଜଳ, ବଢ଼ୁଛି ବନ୍ୟା ଆଶଙ୍କା

✍️ रिपोर्टर: Deepak Mahapatra 🗓 25 सित. 2026, 12:42 PM 👁 16
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୁଢ଼ା ବଳଙ୍ଗ ନଦୀର ଜଳସ୍ତର । ଲଗାଣ ବର୍ଷା ଫଳରେ ଗତକାଲି ରାତି ଠାରୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ।ନଦୀର ସତର୍କ ସଙ୍କେତ ୭.୨୧ ଥିବା ବେଳେ ସକାଳ ୯ଟା ସୁଦ୍ଧା ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୭.୪୦ ମିଟର ରେ ପ୍ରବାହିତ ହେଉଛି । ଯଦି ନଦୀରେ ଜଳ ସ୍ତର ଆହୁରି ବୃଦ୍ଧି ପାଏ ତେବେ ପୁନର୍ବାର ତଳିଆ ଅଞ୍ଚଳର ଗାଁ ମାନଙ୍କରେ ବଢ଼ି ପାଣି ପଶି ବନ୍ୟା ଆସିବାର ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ରାତି ପ୍ରାୟ ସାଢ଼େ ୧୧ଟାରେ ଗଭୀର ଅବପାତ ଅତିକ୍ରମ କରିଥିବାର ସୂଚନା ମିଳିଛି । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ ୫୫ରୁ ୬୫ କିମି ରହିଥିଲା । ଆଉ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିଥିଲା । ଲ୍ୟାଣ୍ଡଫଲ୍‌ ସମୟରେ ପ୍ରାୟ ୫ ମିଟର ମାଡ଼ି ଆସିଥିଲା ସମୁଦ୍ର । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତା ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛନ୍ତି । ଅତ୍ୟନ୍ତ ମନ୍ଥର ଗତିରେ ଆଗକୁ ବଢୁଛି ଗଭୀର ଅବପାତ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଅଗ୍ରସର ହେଉଛ ଅବପାତ । ଆଜି ସନ୍ଧ୍ୟା ମଧ୍ୟରେ କୋରାପୁଟ ମଧ୍ୟ ଦେଇ ରାଜ୍ୟକୁ ପ୍ରବେଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଫଳରେ ଦକ୍ଷିଣ ଓଡ଼ିଶାକୁ ଗଭୀର ଅବପାତ ପ୍ରବେଶ ସମ୍ଭାବନା ରହିଛି ।
📲Get App