🔥 TRENDING Bidar former news किताझोर स्कूल की शिक्षिका सरिता हेम्ब्... વડાલ ખાતે ધારાસભ્ય ભગવાનજીભાઈ કરગટીયાન... Shreya Ghoshal Releases New Independen... Shilpa Rao Says Collaborating with Ani... Char Dham Yatra Resumes in Uttarakhand...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଶିଆଳି ଓ ରାମତରାରେ କୂଳ ଲଙ୍ଘିଲା ସମୁଦ୍ର, ଚାଷ ଜମି ଓ ନଦୀରେ ପଶିଲା ଲୁଣି ପାଣି

✍️ Reporter: Deepak Mahapatra 🗓 24 Sep 2026, 12:10 PM 👁 50
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ରାମତରା ମୀରା ସି-ବିଚ୍‌ରେ ବାଲି ବସ୍ତା ଭାଙ୍ଗି ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଗତବର୍ଷ ମଧ୍ୟ ଠିକ୍‌ ଏହି ସ୍ଥାନରେ ଘାଇ ହୋଇଥିଲା । ଏବେ ପୁଣିଥରେ ବାଲି ବସ୍ତା ଭାଙ୍ଗି ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । କୂଳ ଲଙ୍ଘିବା ଫଳରେ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ଚାଷ ଜମିରେ ପଶିଯାଇଛି । ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଯାଇଛି । ସମୁଦ୍ରର ଏହି ଉଗ୍ର ରୂପ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଲଘୁଚାପ ଯୋଗୁଁ ତିନି ଦିନ ହେଲା ଏଠାରେ ସମୁଦ୍ର ଅଶାନ୍ତ ରହିଛି ।
ଅନ୍ୟପକ୍ଷରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ରାତି ପ୍ରାୟ ସାଢ଼େ ୧୧ଟାରେ ଗଭୀର ଅବପାତ ଅତିକ୍ରମ କରିଥିବାର ସୂଚନା ମିଳିଛି । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ ୫୫ରୁ ୬୫ କିମି ରହିଥିଲା । ଆଉ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିଥିଲା ।ଲ୍ୟାଣ୍ଡଫଲ୍‌ ସମୟରେ ପ୍ରାୟ ୫ ମିଟର ମାଡ଼ି ଆସିଥିଲା ସମୁଦ୍ର । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତା ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛନ୍ତି ।

ଅତ୍ୟନ୍ତ ମନ୍ଥର ଗତିରେ ଆଗକୁ ବଢୁଛି ଗଭୀର ଅବପାତ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଅଗ୍ରସର ହେଉଛ ଅବପାତ । ଆଜି ସନ୍ଧ୍ୟା ମଧ୍ୟରେ କୋରାପୁଟ ମଧ୍ୟ ଦେଇ ରାଜ୍ୟକୁ ପ୍ରବେଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଫଳରେ ଦକ୍ଷିଣ ଓଡ଼ିଶାକୁ ଗଭୀର ଅବପାତ ପ୍ରବେଶ ସମ୍ଭାବନା ରହିଛି ।
📲Get App