🔥 ट्रेंडिंग ગુમ સુદા समस्तीपुर, बिहार में कक्षा 10 की लड़की... नेरज पांडे ने जामुई घटना के बाद बीजेजे... बिहार की सड़क पर लड़की को छेड़ने वाले... दिल्ली के मुखर्जी नगर में सफारी कार वा... समस्तीपुर के जगतसिंहपुर में वीडियो वाय...
24 सित. 2026
ગુજરાતી मराठी ਪੰਜਾਬੀ বাংলা
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ତୁହାକୁ ତୁହା ବର୍ଷା ଜାରି
मौसम

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ତୁହାକୁ ତୁହା ବର୍ଷା ଜାରି

✍️ रिपोर्टर: Deepak Mahapatra 🗓 24 सित. 2026, 12:10 PM 👁 17
शेयर करें: 💬 WhatsApp 📘 Facebook 𝕏 Post
କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ । ରାତି ପ୍ରାୟ ସାଢ଼େ ୧୧ଟାରେ ଗଭୀର ଅବପାତ ଅତିକ୍ରମ କରିଥିବାର ସୂଚନା ମିଳିଛି । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ ୫୫ରୁ ୬୫ କିମି ରହିଥିଲା । ଆଉ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିଥିଲା । ଲ୍ୟାଣ୍ଡଫଲ୍‌ ସମୟରେ ପ୍ରାୟ ୫ ମିଟର ମାଡ଼ି ଆସିଥିଲା ସମୁଦ୍ର । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତା ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛନ୍ତି । ଅତ୍ୟନ୍ତ ମନ୍ଥର ଗତିରେ ଆଗକୁ ବଢୁଛି ଗଭୀର ଅବପାତ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଅଗ୍ରସର ହେଉଛ ଅବପାତ । ଆଜି ସନ୍ଧ୍ୟା ମଧ୍ୟରେ କୋରାପୁଟ ମଧ୍ୟ ଦେଇ ରାଜ୍ୟକୁ ପ୍ରବେଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଫଳରେ ଦକ୍ଷିଣ ଓଡ଼ିଶାକୁ ଗଭୀର ଅବପାତ ପ୍ରବେଶ ସମ୍ଭାବନା ରହିଛି ।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ସମୀକ୍ଷା କରି ପ୍ରଶାସନକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହ ‘ଜିରୋ କାଜୁଆଲଟି’ ରାଜ୍ୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ଦୋହରାଇଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଧନଜୀବନ ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜଳବନ୍ଦୀ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା, ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ ଓ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ । ଏହାପରେ ରାଜସ୍ୱ ମନ୍ତ୍ରୀ ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ସ ସେଣ୍ଟରରେ କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଖୋର୍ଦ୍ଧା, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରି କ୍ଷେତ୍ରସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।ପରିସ୍ଥିତିର ମୁକାବିଲା ପାଇଁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମରେ ୬, କୋରାପୁଟରେ ୬, ଗଜପତିରେ ୩, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଓ ବଲାଙ୍ଗିରରେ ଗୋଟିଏ ଟିମ୍ କାର୍ଯ୍ୟ କରୁଥିବାବେଳେ ଗଞ୍ଜାମ ଛତ୍ରପୁରସ୍ଥିତ ୟୁନିଟରେ ଅତିରିକ୍ତ ୯ଟି ଟିମକୁ ଷ୍ଟାଣ୍ଡବାଏ ରଖାଯାଇଛି। ଏଥିସହିତ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ପାୱାର ବୋଟ୍ ଓ ଲାଇଫ୍ ଜ୍ୟାକେଟ୍ ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି ଓ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ, ତଳିଆ ଅଂଚଳରେ ଜଳବନ୍ଦୀ ଓ କଚ୍ଚା ଘର ଭାଙ୍ଗିବା ଆଶଙ୍କା ଥିବାରୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି। ଜଳସମ୍ପଦ ବିଭାଗ ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ଉପରେ ନଜର ରଖିବା ସହ ସହରାଂଚଳରେ ପାଣି ନିଷ୍କାସନ ପାଇଁ ଡି-ୱାଟରିଂ ପମ୍ପ ମୁତୟନ କରିଛି । ସ୍ୱାସ୍ଥ୍ୟ, ଶକ୍ତି, ପଂଚାୟତିରାଜ ଓ ପରିବହନ ବିଭାଗକୁ ନିରନ୍ତର ସେବା ବଜାୟ ରଖିବାକୁ କୁହାଯାଇଛି। ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଆସନ୍ତାକାଲି ମଧ୍ୟ ବର୍ଷାର ପ୍ରକୋପ ଜାରି ରହିବ ଓ ୨୫ ତାରିଖ ପରେ ପାଣିପାଗ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି।
ଅବପାତ ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୩୭.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା ହୋଇଥିବାବେଳେ ଜୟପୁରରେ ୧୬୧.୬ମିମି, ରାୟଗଡ଼ାର ଗୁଣୁପୁରରେ ୧୬୦ମିମି, ଗଜପତିର ମୋହନାରେ ୧୪୫ମିମି, ବୋରିଗୁମ୍ମାରେ ୧୩୮.୨ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ରହିଥିବାବେଳେ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ଅରେଞ୍ଜ ତଥା ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
📲Get App