🔥 TRENDING અમદાવાદ: વેજલપુર વિસ્તારમાં ભાજપના બે... दाहिबा नगर युवक मंडल ने किया अद्भुत सज... નાની વાવડી ગામમાં લક્ષ્યરાજસિંહ ડોડીયા... Nine dead in Uttar Pradesh bus fire; d... Sikkim HC orders state to revisit NH-1... Sikkim High Court orders three‑week re...
24 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

କାଙ୍କରକୋଣ୍ଡା ପୋଲ ଉପରେ ୩ ଫୁଟ୍‌ ପାଣି

✍️ Reporter: Deepak Mahapatra 🗓 24 Sep 2026, 12:08 PM 👁 12
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ବର୍ଷାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ଜଳବନ୍ଦି ସ୍ଥିତି ଉପୁଜିଛି । ଲଗାଣ ବର୍ଷା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କରକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି । ସେହିପରି କାଲିମେଳା-ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ପ୍ରାୟ ୩ ଫୁଟ୍‌ର ପାଣି ଚାଲୁଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ପଡ଼ିଆ ମଧ୍ୟରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ।
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳର ଜଳସ୍ତର ମଧ୍ୟ ଧୀରେ ଧୀରେ ବଢ଼ୁଛି । ପାଙ୍ଗାମ ଓ ପଟେରୁ ସମେତ ବିଭିନ୍ନ ପୋଲ ନିକଟରେ ପାଣି ପ୍ରବାହିତ ହେଉଛି । ବର୍ଷା ଏଭଳି ଜାରି ରହିଲେ ଆଗକୁ ଜିଲ୍ଲାର ଅନେକ ଅଞ୍ଚଳରେ ଜଳବନ୍ଦି ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି । ବଢ଼ୁଥିବା ଜଳସ୍ତରକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ନଦୀକୂଳିଆ ଓ ତଳିଆ ଅଞ୍ଚଳରଲୋକମାନେ ।
📲Get App