🔥 TRENDING અમદાવાદ: વેજલપુર વિસ્તારમાં ભાજપના બે... दाहिबा नगर युवक मंडल ने किया अद्भुत सज... નાની વાવડી ગામમાં લક્ષ્યરાજસિંહ ડોડીયા... Nine dead in Uttar Pradesh bus fire; d... Sikkim HC orders state to revisit NH-1... Sikkim High Court orders three‑week re...
24 Sep 2026
ગુજરાતી मराठी ਪੰਜਾਬੀ বাংলা
Politics

ରାସନ କାର୍ଡରୁ କଟିଲାଣି ପ୍ରାୟ ୧୦ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାଁ: ଆଗକୁ ଆହୁରି ବାଦ୍ ପଡ଼ିବେ!

✍️ Reporter: Deepak Mahapatra 🗓 24 Sep 2026, 12:22 PM 👁 14
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାରେ ରାସନ କାର୍ଡ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଧରଣର ଅଭିଯାନ ଜାରି ରହିଛି। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ରାସନ କାର୍ଡ ସମ୍ପର୍କିତ ଏକ ବଡ଼ ସତ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଅଯୋଗ୍ୟ ଏବଂ ମୃତ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଛି।

ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରୁ ମୋଟ ୯ ଲକ୍ଷ ୮୧ ହଜାର ୬୬୧ ଜଣ ଅଯୋଗ୍ୟ ଓ ଭୂତ ହିତାଧିକାରୀଙ୍କ ନାଁ ତାଲିକାରୁ କଟାଯାଇଛି। ଏହା ସହିତ ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୮୫ ଟି ଆବେଦନ ଆସିଥିବାବେଳେ, ଏଯାବତ୍ ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର ତଦାରଖ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ଅବଶିଷ୍ଟ ୪ ଲକ୍ଷ 8୭ ହଜାର ୬୩୪ ଟି ଆବେଦନ ପତ୍ରର କ୍ଷେତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ ଲକ୍ଷ ୨୧ ହଜାର ୨୨୪ ଜଣ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି। ତେବେ ଇ-କେୱାଇସି ଯାଞ୍ଚ ଏବଂ କାର୍ଡ କଟାଯିବା ପ୍ରକ୍ରିୟାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରକ୍ରିୟାକୁ ନେଇ ସରକାରଙ୍କୁ ଘେରିଛନ୍ତି।

କଂଗ୍ରେସ ଅଭିଯୋଗ କରିଛି ଯେ ଅଯୋଗ୍ୟଙ୍କୁ ବାଦ୍ ଦେବା ଆଳରେ ସରକାର ଅନେକ ସମୟରେ ପ୍ରକୃତ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ନାଁ ମଧ୍ୟ କାଟି ଦେଉଛନ୍ତି। ସେହିପରି ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜନୈତିକ ପକ୍ଷପାତିତା କାରଣରୁ ସ୍ଥାନୀୟ ସ୍ତରରେ ଯୋଗ୍ୟ ଲୋକଙ୍କ କାର୍ଡ ବାତିଲ କରାଯାଉଛି। ସରକାର କ୍ଷମତାକୁ ଆସିବା ବେଳେ ୨୦ ଲକ୍ଷ ଭୂତ ହିତାଧିକାରୀ ଥିବା କହୁଥିଲେ, କିନ୍ତୁ ବର୍ତ୍ତମାନ ସେହି ସଂଖ୍ୟା କୁଆଡ଼େ ଗଲା ବୋଲି ଦଳ ପ୍ରଶ୍ନ କରିଛି।
📲Get App