🔥 TRENDING J&K Government Proposes ‘One Vehicle‑O... માંડવી તાલુકાના મહુડી ગામના કૂવામાં દી... સુરત એરપોર્ટ પર એર ઇન્ડિયા એક્સપ્રેસની... Election Commissioners raise objection... Vivek Oberoi’s Rs 14 crore Juhu bungal... Porvorim Flyover Exit Reopens After Cl...
24 Sep 2026
ગુજરાતી मराठी ਪੰਜਾਬੀ বাংলা
ରାଜଧାନୀରେ ବିଭତ୍ସ ହତ୍ୟା, ସ୍ତ୍ରୀକୁ ତାୱାରେ ପିଟି ମାରିଲା ସ୍ୱାମୀ
Crime

ରାଜଧାନୀରେ ବିଭତ୍ସ ହତ୍ୟା, ସ୍ତ୍ରୀକୁ ତାୱାରେ ପିଟି ମାରିଲା ସ୍ୱାମୀ

✍️ Reporter: Deepak Mahapatra 🗓 24 Sep 2026, 12:18 PM 👁 9
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯାହାକୁ ଦିନେ ପ୍ରେମ କରି ସମାଜ ସହିତ ଲଢ଼ି ବାହା ହୋଇଥିଲେ, ସେହି ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟା କରିଛି ସ୍ୱାମୀ । ନୂଆପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍‌ କଲୋନିରେ ସ୍ତ୍ରୀକୁ ତାୱାରେ ପିଟି ପିଟି ହତ୍ୟା କରିଛି ପିଶାଚ ସ୍ୱାମୀ । ମୃତ ମହିଳା ଜଣକ ହେଲେ ବନସ୍ମିତା ସ୍ୱାଇଁ (୨୬) । ହତ୍ୟାକାରୀ ସ୍ୱାମୀ ସର୍ବେଶ୍ୱର ପ୍ରଧାନ(୨୮)କୁ ନୂଆପଲ୍ଲୀ ଥାନା ପୋଲିସ ଅଟକ ରଖିଛି ।

ଭଲ ପାଇ ବାହା ହୋଇଥିବା ସ୍ବାମୀଙ୍କୁ ଚିକିତ୍ସା କରାଇବା ଲାଗି ଡାକ୍ତରଙ୍କ ପାଖକୁ ନେବାକୁ ପ୍ରସ୍ତୁତ ହେଉଥିଲେ ସ୍ତ୍ରୀ। କିନ୍ତୁ ହଠାତ୍‌ କୌଣସି କାରଣରୁ ମାନସିକ ଅସୁସ୍ଥ ଥିବା ସ୍ବାମୀର ମୁଣ୍ଡକୁ ପିତ୍ତ ଚଢ଼ିଗଲା ଏବଂ ସେ ବ୍ରହ୍ମଚଣ୍ଡାଳ ପାଲଟିଗଲା। ରୋଷେଇଘରୁ ତାୱା ଆଣି ସ୍ତ୍ରୀଙ୍କୁ ଆକ୍ରମଣ କଲା। ପିଶାଚ ପାଲଟିଯାଇଥିବା ସ୍ବାମୀ, ମା’ କୋଳରୁ ୩ମାସର ଶିଶୁପୁତ୍ରକୁ ଛଡ଼ାଇ ଆଣି ତଳେ ଶୁଆଇଦେବା ପରେ ସ୍ତ୍ରୀଙ୍କ ମୁହଁ ଓ ମୁଣ୍ଡକୁ ଆଖିବୁଜି ପିଟି ଚାଲିଲା। ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା। ଆଜି ସନ୍ଧ୍ୟାରେ ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୂଆପଲ୍ଲୀ ବ୍ରିଟ୍‌ କଲୋନିରେ। ନୂଆପଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏହି ଅଭାବନୀୟ ଘଟଣାରେ ବନସ୍ମିତା ସ୍ବାଇଁ(୨୬)ଙ୍କ ପ୍ରାଣ ଯାଇଛି। ନୂଆପଲ୍ଲୀ ଥାନା ପୁଲିସ ମୃତ ବନିସ୍ମିତାଙ୍କ ସ୍ବାମୀ ସର୍ବେଶ୍ବର ପ୍ରଧାନ(୨୮)କୁ ଥାନାକୁ ଉଠାଇନେଇଛି ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବାକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ସେହିଭଳି ହତ୍ୟାରେ ବ୍ୟବହୃତ ତାୱାକୁ ବି ପୁଲିସ ଜବତ କରିଛି।

ଗତ ୨ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିକଣା ଅଞ୍ଚଳର ବନିସ୍ମିତା ଓ କେନ୍ଦ୍ରାପଡ଼ା ବେଲପାଳ ଅଞ୍ଚଳର ସର୍ବେଶ୍ୱର ପ୍ରଧାନ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ବନସ୍ମିତା ଜାଣିଲେ ଯେ ସର୍ବେଶ୍ଵରଙ୍କଠାରେ ମାନସିକ ବିକୃତି ରହିଛି । କିନ୍ତୁ ବନସ୍ମିତା ନିଜ ପରିବାର ଲୋକଙ୍କୁ ଜଣାଇନଥିଲେ । ଗତକାଲି ସର୍ବେଶ୍ୱରଙ୍କ ମାନସିକ ବିକୃତି ଉଗ୍ର ରୂପ ଧାରଣ କରିଥିଲା । ସନ୍ଧ୍ୟା ସମୟରେ ସ୍ୱାମୀଙ୍କୁ ଡାକ୍ତର ଖାନା ନେବାକୁ ବନସ୍ମିତା ପ୍ରସ୍ତୁତ ହେଉଥିବାବେଳେ ୩ ମାସର ଶିଶୁପୁତ୍ରକୁ ଛଡ଼ାଇ ଆଣି ତଳେ ଶୁଆଇଦେଇଥିଲା ସର୍ବେଶ୍ୱର । ଏହା ପରେ ସ୍ତ୍ରୀକୁ ମାଡ଼ ମାରିଥିଲା । ଭଉଣୀ ବଞ୍ଚାଇବାକୁ ଆସିବାରୁ ତାକୁ ବାହାର କରି ଗେଟରେ ତାଲା ପକାଇ ଦେଇଥିଲେ । ଏହା ପରେ ସ୍ତ୍ରୀକୁ ଏକ ଲୁହା ତାୱାରେ ପିଟି ପିଟି ହତ୍ୟା କରିଥିଲା ସର୍ବେଶ୍ୱର ।

ଖବର ପାଇ ନୂଆପଲ୍ଲୀ ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ସର୍ବେଶ୍ୱରଙ୍କୁ କାବୁ କରିଥିଲା । ଏହା ସହିତ ସାଇଣ୍ଟିଫିକ୍ ଟିମ୍ ପହଁଚିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସେପଟେ ବନସ୍ମିତାଙ୍କ ପରିବାର ମାନସିକ ଅବସାଦ ବୟାନକୁ ଖଣ୍ଡନ କରିଛନ୍ତି । ମାନସିକ ଅବସାଦ ନେଇ ସେମାନଙ୍କ ପାଖରେ କୌଣସି ସୂଚନା ନ ଥିଲା । ଜାଣିଶୁଣି ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛି । ସର୍ବେଶ୍ୱର ପ୍ରଧାନଙ୍କ ସମ୍ପୂର୍ଣ୍ଣ ପରିବାର ବର୍ଗଙ୍କ ନାଁରେ ଅଭିଯୋଗ କରିଛନ୍ତି ।
📲Get App