🔥 TRENDING कोशी स्नातक निर्वाचन: कटिहार में धारा... राजस्व प्राप्ति बढ़ाने और लंबित राजस्व... Modi says BJP will stay committed to s... West Bengal to close 250 private madra... Adani Group targets Rs 1 lakh crore in... Two child molestation cases reported i...
24 Sep 2026
ગુજરાતી मराठी ਪੰਜਾਬੀ বাংলা
Business

ଓଡ଼ିଶାରେ ଖୁବଶୀଘ୍ର ଗଡ଼ିବ ‘ଭାରତ ଟ୍ୟାକ୍ସି’; ଶସ୍ତାରେ ମିଳିବ କ୍ୟାବ୍ ସେବା, ଓଲା-ଉବରକୁ ଦେବ ଟକ୍କର

✍️ Reporter: Deepak Mahapatra 🗓 24 Sep 2026, 12:45 PM 👁 13
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଭାରତ ଟ୍ୟାକ୍ସି’ ସେବା। ଯାତ୍ରୀଙ୍କୁ ସୁଲଭ ଓ ସୁରକ୍ଷିତ କ୍ୟାବ୍ ସେବା ଯୋଗାଇବା ସହ ଚାଳକଙ୍କୁ ଏକ ସଂଗଠିତ ରୋଜଗାର ପ୍ଲାଟଫର୍ମ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ସହକାରୀ ମଡେଲରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ବିଧାନସଭାରେ ଲିଖିତ ଉତ୍ତର ଦେଇ ସହକାର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସହକାର ମନ୍ତ୍ରଣାଳୟ ପକ୍ଷରୁ ୫ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ‘ଭାରତ ଟ୍ୟାକ୍ସି’ ପଦକ୍ଷେପକୁ ଓଡ଼ିଶାରେ ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଚାଲିଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ମାର୍ଚ୍ଚ ମାସରେ ସହକାର ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ସେଥିରେ ‘ଭାରତ ଟ୍ୟାକ୍ସି’ର ପରିଚାଳନା ବ୍ୟବସ୍ଥା, ସହକାରୀ ସମିତିଗୁଡ଼ିକର ଭୂମିକା ଏବଂ ରାଜ୍ୟରେ ଏହାର ବ୍ୟବହାରିକ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବର୍ତ୍ତମାନ ଓଡ଼ିଶା ପାଇଁ ସ୍ୱତନ୍ତ୍ର ନୀତି ଓ ଅପରେସନାଲ୍ ଫ୍ରେମୱାର୍କ ବିଭାଗୀୟ ସ୍ତରରେ ବିଚାରାଧୀନ ରହିଛି। ସମସ୍ତ ଔପଚାରିକ ପ୍ରକ୍ରିୟା ଶେଷ ହେବା ପରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଭଳି ପ୍ରମୁଖ ସହରରେ ପର୍ଯ୍ୟାୟକ୍ରମେ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି।‘ଭାରତ ଟ୍ୟାକ୍ସି’ ଆରମ୍ଭ ହେଲେ ଯାତ୍ରୀମାନେ ଶସ୍ତା ଭଡ଼ାରେ କ୍ୟାବ୍ ପାଇପାରିବେ, ଅନ୍ୟପଟେ ଚାଳକମାନେ ସହକାରୀ ବ୍ୟବସ୍ଥା ମାଧ୍ୟମରେ ଅଧିକ ସ୍ୱଚ୍ଛ ଓ ସଂଗଠିତ ଆୟର ସୁଯୋଗ ପାଇବେ। ଫଳରେ ଓଡ଼ିଶାରେ ଆପ୍-ଆଧାରିତ କ୍ୟାବ୍ ସେବା କ୍ଷେତ୍ରରେ ଏକ ନୂଆ ବିକଳ୍ପ ସୃଷ୍ଟି ହେବ।
📲Get App