🔥 TRENDING ଓଡ଼ିଶାରେ ଲଘୁଚାପ ସମ୍ଭାବନା ଓ ଛାତ୍ର ସଂସଦ... PM Modi Expresses Condolences Over Fat... TV veterans Rakesh Bedi and Karan Pate... World Heavyweight Champion Seth Rollin... Actress Nimrat Kaur Says She Avoids TV... BJP Scores Major Wins in West Bengal B...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
ନକଲି ନୋଟ୍‌ରେ ବାଇକ୍ କିଣିବା ବେଳେ ଧରିଲା ପୁଲିସ
Crime

ନକଲି ନୋଟ୍‌ରେ ବାଇକ୍ କିଣିବା ବେଳେ ଧରିଲା ପୁଲିସ

✍️ Reporter: Deepak Mahapatra 🗓 23 Sep 2026, 12:36 PM 👁 44
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ନକଲି ନୋଟରେ ବାଇକ କିଣିବା ପଡ଼ିଲା ମହଙ୍ଗା । ୪୫ ହଜାର ନକଲି ନୋଟ ଦେଇ ସ୍କୁଟି କିଣୁଥିବାବେଳେ ଜଣେ ନାବାଳକଙ୍କୁ ପୁଲିସ ଧରିଛି । ଘଟଣା ଘଟିଛି ବରଗଡ଼ ସହରରେ । ବରଗଡ଼ ସହରର ସ୍ୱାଗତ ସାହୁ ନିଜ OLA ସ୍କୁଟିକୁ ବିକ୍ରି ପାଇଁ OLXରେ ବିଜ୍ଞାପନ ଦେଇଥିଲେ l ବିଜ୍ଞାପନ ଦେଖି ଜଣେ ନାବାଳକ ସେହି ସ୍କୁଟି କିଣିବାକୁ ତାଙ୍କ ପାଖକୁ ଯାଇଥିଲେ । ଆଉ ପ୍ରାୟ ୪୫ ହଜାର ଟଙ୍କାରେ ସ୍କୁଟି କିଣିବା ପାଇଁ ଉଭୟଙ୍କ ମଧ୍ୟରେ ଡିଲ୍ ଫାଇନାଲ ହୋଇଥିଲା ।
ନାବାଳକ ଜଣଙ୍କ ତାଙ୍କୁ ୪୫ ହଜାର ଟଙ୍କା ଦେଇଥିଲେ । ଟଙ୍କାକୁ ଗଣିବା ବେଳେ ଟଙ୍କା ସବୁ ନକଲି ହୋଇଥିବା ସନ୍ଦେହ ହେବାରୁ ସେ ପ୍ରଥମେ ବ୍ୟାଙ୍କ ଓ ପରେ ଟାଉନ ଥାନା ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ବରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣେ ନାବାଳକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।ନକଲି ନୋଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ ରହିଛି । କେଉଁ ସ୍ଥାନରୁ ନକଲି ନୋଟ ଆସିଲା । ନକଲି ନୋଟ ଘଟଣାରେ ଆଉ କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ନାବାଳକ ଜଣଙ୍କ ଅନଲାଇନରୁ ଟଙ୍କା ଆଣିଥିବାର ପୁଲିସ ଜାଣିବାକୁ ପାଇଛି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l
📲Get App