Local
ଦୁଲ୍ଦୁଲି ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ
Watch on:
▶️ YouTube
ଦୂଲଦୁଲି ବାଜା ଗାଡି ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଜଣେ ମୃତ ୧୦ ରୁ ଅଧିକ ଆହତ । ଆହତମାନଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କୁଚିଣ୍ଡା ଓ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।କେନ୍ଦୁଝର ଶୁଆକାଠି ଠାରୁ ସୋନପୁର ଇଚ୍ଛାପୁରକୁ ଫେରୁଥିଲେ ମା ମେଟାକାନି ମ୍ୟୁଜିକର (ଦୁଲୁଦୁଲି ବାଜାପାର୍ଟି ) ୩୦ ଜଣ ବାଜାବାଲା । ଫେରୁଥିବା ସମୟରେ ବାଜା ଗାଡିଟି ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ବାଇପାସ ନିକଟରେ ଛିଡା ହୋଇଥିବା ଏକ ଲୁହାପଥର ବୋଝଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ବାଜା ପାର୍ଟିର ଜଣେ ବାଜାବାଲା ଅଭି ସାମନି, ଯାହାଙ୍କ ଘର ସୋନପୁର ଇଛାପୁର ତାଙ୍କର ମୃତ୍ୟୁ ଘଟିଛି । ଆହତମାନଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ କୁଚିଣ୍ଡା ଓ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଭୋର ୫ ଟା ବେଳେ ଦୁର୍ଘଟଣା ଘଟିଥିବାବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶ୍ରମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ ।