🔥 TRENDING नगर निगम की कार्रवाई से यातायात बाधित વેરાવળમાં ભાદરવા સુદ અગિયારસ નિમિત્તે... ಅಂತರರಾಷ್ಟ್ರೀಯ ಪ್ರಜಾಪ್ರಭುತ್ವ ದಿನದ ಅಂಗವಾ... શ્રદ્ધા સાથે સ્વસ્તાની યાત્રા પર્યાવરણ... અમરેલી: સાવરકુંડલા પંથકમાં મેઘરાજાની મ... Bihar CM Samrat Choudhary Announces Ma...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ଦମ୍ପତିଙ୍କୁ ଚାପି ଦେଲା ଟ୍ରକ୍

✍️ Reporter: Deepak Mahapatra 🗓 23 Sep 2026, 12:48 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ଠାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ବାଇକ୍‌କୁ ଏକ ଟ୍ରକ୍ ଧକ୍କା ଦେବାରୁ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଧୁରପଦା ନିକଟରେ ବାଇକ୍‌ରେ ଦମ୍ପତି ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକ ଦୁଇଜଣଙ୍କ ପରିଚୟ ଏଯାଏଁ ମିଳିପାରିନଥିବା ବେଳେ ବାଇକ୍ ନମ୍ୱର (OR-09P-4473)ରୁ ଜଣାପଡିଛି ଗାଡିଟି ତେଲକୋଇ ବ୍ଲକ ଜଗମୋହନ ଅଂଚଳର ବୋଲି । ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଚଳାଇଛି । ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ଥିବା ବେଳେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।
📲Get App