🔥 TRENDING ભુજ શહેર એ-ડીવીઝન પોલીસ સ્ટેશન વિસ્તાર... రిమ్స్ ఘటన ప్రభుత్వ నిర్లక్ష్యమే: కవిత સાયખા સ્થિત હીમાની ક્રોપ કંપનીને પ્રદૂ... સાયખા સ્થિત હીમાની ક્રોપ કંપનીને પ્રદૂ... અમેરિકા સ્થિત ઉદયનભાઈ પટેલ પરિવારે શ્ર... రిమ్స్ ఘటన బాధాకరం: డీసీసీ అధ్యక్షుడు...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

୨୩ ରାତିକୁ ସଜାଗ, ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ

✍️ Reporter: Deepak Mahapatra 🗓 23 Sep 2026, 12:25 PM 👁 14
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଛି । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିବ । ରାଜ୍ୟର ଅଧିକରୁ ଅଧିକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ଆଗମୀ କିଛି ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତର ରୂପ ନେବ । ଏହା ୨୩ ତାରିଖ ରାତିରୁ ଉପକୂଳ ଛୁଇଁବ । ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ସନ୍ଧ୍ୟାରୁ ରାତି ଭିତରେ ଅବପାତ ଗଭୀର ଅବପାତ ହେବ । ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳକୁ ଛୁଇଁବ । ବିଶାଖାପାଟଣା ଓ ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ । ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ । ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷିବ । ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ । ଆଉ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ପୂର୍ବାନୁମାନ କରୁଛୁ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୫୫ରୁ ୬୫ କିମି ରହିବ ବୋଲି କହିଛନ୍ତି । ଏହା ସହ ଅବପାତ ପ୍ରଭାବରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବା ସହିତ ଡାଳ ଭାଙ୍ଗିବ ବିଶେଷକରି ପନିପରିବା ଗଛ କ୍ଷତି ହେବାର ସମ୍ଭାବନା ରହିଛି । ପୁରୁଣା ମାଟି ଘର ଭାଙ୍ଗି ଯାଇପାରେ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଜୋରରେ ହେଉଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି IMD ଡିଜି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ୨୪ ବେଳକୁ ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତରରେ ଅଧିକ ବର୍ଷିବ । କ୍ରମଶଃ ଉତ୍ତର ଉତ୍ତରପଶ୍ଚିମ ହୋଇ ଛତିଶଗଡ଼ ଅଭିମୁଖେ ଯିବ ।
📲Get App