🔥 ट्रेंडिंग રાજપારડી ડી.પી. શાહ વિદ્યામંદિર સ્કૂલ... गोवा में स्वास्थ्य मंत्री ने 'जीवन-चक्... ओला इलेक्ट्रिक मोबिलिटी के शेयर 12% बढ... विवेक ओबेरॉय ने सलमान खान के एंटी‑ट्रो... सिक्किम के रैपर UNB पर अनिनी महोत्सव म... मिज़ोरम ने प्राथमिक व हाई स्कूल के लिए...
23 सित. 2026
ગુજરાતી मराठी ਪੰਜਾਬੀ বাংলা
अपराध

ଟ୍ରେନ୍ ଧକ୍କାରେ ଯୁବ ଡାକ୍ତରଙ୍କ ମୃତ୍ୟୁ

✍️ रिपोर्टर: Deepak Mahapatra 🗓 23 सित. 2026, 12:32 PM 👁 21
यहाँ देखें: ▶️ YouTube 📘 Facebook 📷 Instagram
शेयर करें: 💬 WhatsApp 📘 Facebook 𝕏 Post
ଟ୍ରେନ୍ ଧକ୍କାରେ ଯୁବ ଡାକ୍ତରଙ୍କ ମୃତ୍ୟୁ । ଘରୋଇ ମେଡିକାଲରେ ସେ ଜଣେ ଡେଣ୍ଟାଲ୍ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ଭୁବନେଶ୍ୱର କଳାରାହାଙ୍ଗ ଲେବଲ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମୃତ ଡାକ୍ତରଙ୍କର ପରିଚୟ ମିଳିଛି । ତାଙ୍କ ନାମ ଅମ୍ରିତ ଜେନା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହା ପରେ ଜିଆରପି ପୁଲିସ ମୃତକଙ୍କ ପରିବାରଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି । ଅମ୍ରିତ ଘରୋଇ ମେଡିକାଲରେ ଜଣେ ଡେଣ୍ଟାଲ୍ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ଭୁବନେଶ୍ୱର କଳାରାହାଙ୍ଗ ଲେବଲ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମୃତ ଦେହର ସେଠାରେ ପୋଷ୍ଟମର୍ଟମ୍ ଚାଲିଛି । ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣା ବୋଲି ଅନୁମାନ କରାଯାଉଛି । ଟ୍ରେନ୍ ଧକ୍କା ପରେ ସେ ବାହାରକୁ ଛିଟିକି ପଡ଼ିଥିବାର ସୂଚନା ମିଳିଛି । କିନ୍ତୁ ଏହା ଆତ୍ମହତ୍ୟା ନା ସେ ରେଳ ଲାଇନ ପାର ହେଉଥିବା ସମୟରେ ଦୁର୍ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
📲Get App