🔥 TRENDING రూ.25 లక్షల చొప్పున ఎక్స్‌గ్రేషియా చెల... અમરેલી‑બાબરા માર્ગ પર પુલનું કામ ધીમું... Goa State Announces Weekly Lottery Res... Ponda to Host 24/7 Wildlife Transit Tr... NSE IPO Subscribed 5.7 Times; QIBs Dri... Actor Sonu Sood visits flood‑hit Begus...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ରାଜଧାନୀରୁ ହଟିବ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ , ଏଜି ଛକରୁ ହାଉସିଂ ବୋର୍ଡ ଛକ ହେବ ନୋ ହୋର୍ଡିଂ ଜୋନ୍

✍️ Reporter: Deepak Mahapatra 🗓 22 Sep 2026, 12:32 PM 👁 50
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ବର : ରାଜଧାନୀରୁ ୪୦ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏବଂ ବେଆଇନ ଭାବେ ଲାଗିଥିବା ସମସ୍ତ ହୋର୍ଡିଂଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ବିଏମସି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ସହରର କେତେକ ପ୍ରମୁଖ ରାସ୍ତାକୁ 'ନୋ ହୋର୍ଡିଂ ଜୋନ୍' ଭାବେ ଘୋଷଣା କରାଯାଇଛି। ବିଶେଷ କରି ଏଜି ଛକରୁ ଲୋକସେବା ଭବନ ଦେଇ ହାଉସିଂ ବୋର୍ଡ ଛକ ଏବଂ ଏଜି ଛକରୁ ରାଜଭବନ ରୋଡ୍ ପର୍ଯ୍ୟନ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ହୋର୍ଡିଂମୁକ୍ତ କରାଯିବ। ବିନା ଅନୁମତିରେ ଲାଗିଥିବା ବେଆଇନ ହୋର୍ଡିଂ ସହିତ ଏହି ପ୍ରମୁଖ ରାସ୍ତାଗୁଡ଼ିକରେ ଥିବା ସମସ୍ତ ଅସ୍ଥାୟୀ ହୋର୍ଡିଂଗୁଡ଼ିକୁ ମଧ୍ୟ ତୁରନ୍ତ ହଟାଇ ଦିଆଯିବ। ପୂର୍ବରୁ ଝଡ଼ବର୍ଷା କାରଣରୁ ହୋର୍ଡିଂ ଭାଙ୍ଗି ଦୁର୍ଘଟଣା ଘଟିଥିବାରୁ, ଜନସାଧାରଣଙ୍କ ସୁରକ୍ଷାକୁ ଆଖିରେ ରଖି ବିଏମସି ଏହି କଠୋର ପଦକ୍ଷେପ ଗ୍ରହଣ କରିଛି।

ବିଜ୍ଞାପନ ପ୍ରଦର୍ଶନ ନିୟମାବଳୀ, ୨୦୧୭ (Display of Advertisement Regulation, 2017 ) ଅନୁଯାୟୀ ବିଜ୍ଞାପନ ହୋର୍ଡିଂ ପାଇଁ ସର୍ବାଧିକ ଉଚ୍ଚତା ୪୦ ଫୁଟ ରହିପାରିବ । ସେହିପରି ହୋର୍ଡିଂ ତଳେ ସର୍ବନିମ୍ନ ୮ ଫୁଟର କ୍ଲିୟରାନ୍ସ ରହିବା ଆବଶ୍ୟକ । ଏହି ନିୟମ ଉଲ୍ଲଂଘନ କରି ଲଗାଯାଇଥିବା ହୋର୍ଡିଂକୁ ହଟାଇ ଦିଆଯିବ । ଏନେଇ ସମସ୍ତ ବିଜ୍ଞାପନ ଏଜେନ୍ସିକୁ ନୋଟିସ୍ ଜାରି କରାଯାଇଛି । ତେଣୁ ନିଜ ନିଜ ବିଜ୍ଞାପନ ଓ ହୋର୍ଡିଂ ସମ୍ପର୍କିତ ସମସ୍ତ ତଥ୍ୟ ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କମ୍ପାନୀ ଏଜେନ୍ସିଗୁଡ଼ିକୁ ନୋଟିସ୍ ଦିଆଯାଇଛି ।
📲Get App